ଭୁବନେଶ୍ବର : ଓଡିଶା ମାଟିର ଓଡ଼ିଆ ପୁଅ ଶ୍ରୀଯୁକ୍ତ ଶିବ ସୁନ୍ଦର ସ୍ୱାଇଁଙ୍କୁ ସମାଜ ସେବା କ୍ଷେତ୍ରରେ ବିଶ୍ୱ ସ୍ତରରେ ଏକ କାର୍ଯ୍ୟକ୍ରମ ସମୟରେ ଡକ୍ଟରେଟ ଉପାଧି ପ୍ରଦାନ କରାଯାଇଛି । ଭୁବନେଶ୍ୱର ଶିଶୁପାଳଗଡ଼ର ଡ଼.ଶିବ ସୁନ୍ଦର ସ୍ୱାଇଁ ନିଜର ଜୀବନକୁ ସମାଜ ସେବା କ୍ଷେତ୍ରରେ ସମର୍ପଣ କରିଦେଇଛନ୍ତି । ସମାଜରେ ଅର୍ଥାତ ଓଡ଼ିଶାର ବିଭିନ୍ନ ଅଞ୍ଚଳକୁ ଯାଇ ଶୋଷଣ, ଅତ୍ୟାଚାର , ଅନ୍ୟାୟ ର ଶିକାର ତଥା ଅବହେଳିତ ଜନ ସାଧାରଣଙ୍କୁ ସେବା ଯୋଗାଇ ଦେବା ପାଇଁ କାର୍ଯ୍ୟ ସମ୍ପାଦନ କରିଆସୁଛନ୍ତି । ଵୁଧଵାର ଦିନ ୟୁନାଇଟେଡ଼ ଷ୍ଟେଟ ଅଫ ଆମେରିକାର ଏକାଡେମୀ ଅଫ ୟୁନିଭରସିଆଲ ଗ୍ଲୋବାଲ ପିସ୍ ପକ୍ଷରୁ ଡକ୍ଟରେଟ ଉପାଧି ପ୍ରଦାନ କରାଯାଇଥିଲା । ମୁମ୍ବାଇର ସିଆଇଡିସିଓ ପବ୍ଲିକ ହଲରେ ଆୟୋଜିତ ବିଶ୍ୱ ସ୍ତରୀୟ କାର୍ଯ୍ୟକ୍ରମରେ ଡ. ଶିବ ସୁନ୍ଦର ସ୍ବାଇଁକୁ ମାନପତ୍ର ସହ ସମ୍ବର୍ଦ୍ଧିତ କରାଯାଇଥିଲା । ସେ ପିଲା ଦିନରୁ ସମାଜ ସେବା କାର୍ଯ୍ୟ କରି ଆସୁଥିଲେ । ସେ ମଧ୍ୟ ଅନ୍ତର୍ଜାତୀୟ ମାନବାଧିକାର କାଉନ୍ସିଲର ଓଡିଶା ରାଜ୍ୟ ବୋର୍ଡ ଦୁର୍ନୀତି ନିବାରଣ ଅଧିକାରୀ ରୂପରେ କାର୍ଯ୍ୟରତ ଅଛନ୍ତି । ଏଭଳି ବ୍ୟକ୍ତି ବିଶେଷଙ୍କୁ ସମାଜ ସେବା କ୍ଷେତ୍ରରେ ଡକ୍ଟରେଟ ଉପାଧି ମିଳିଥିବାରୁ ଆଜି ଓଡ଼ିଶାର ସମସ୍ତ ସ୍ବେଚ୍ଛାସେବୀ ଓ ବ୍ୟକ୍ତି ବିଶେଷ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।