Odia News Portal

କ୍ରାଇମବ୍ରାଞ୍ଚର ମୁଖ୍ୟାଳୟକୁ ଘେରାଉ କଲେ ବିଜେପି ମହିଳା

କଟକ: ଆଜି ରାଜ୍ୟ ରାଜ୍ୟ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟକୁ ଘେରିଲେ ବିଜେପି ମହିଳା ମୋର୍ଚ୍ଚା । ପିପିଲି ଦୁଷ୍କର୍ମ ପିଡିତା ବେବିନାର ଅପରାଧୀ କୋର୍ଟରୁ ନିର୍ଦୋଷରେ ଖଲାସ ହେବାପରେ କ୍ରାଇମବ୍ରାଞ୍ଚର ଅପାରଗତାକୁ ଦାୟୀ କରିଛି ରାଜ୍ୟ ବିଜେପି । ଘଟଣାର ପ୍ରତିବାଦ ଜଣାଇ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟକୁ ଘେରାଉ କରିଥିଲେ ବିଜେପି ମହିଳା ମୋର୍ଚ୍ଚା । କଟକ ଦରଘା ବଜାର ଠାରୁ ଏକ ବିଶାଳ ଶୋଭାଯାତ୍ରା ୨୦୦ ରୁ ଉର୍ଦ୍ଧ କର୍ମୀ ବାହାରି କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରେ ଧସେଇ ପଶିବାକୁ ଚେଷ୍ଟାକରିଥିଲେ ।

ଏଥି ସହିତ ରାଜ୍ୟ ସରକାରଙ୍କ ଅପାରଗ ପଣିଆ ଓ ପ୍ରଦୀପ ମହାରଥୀଙ୍କର ଇସ୍ତଫା ଦାବିରେ ମଧ୍ୟ ନାରାବାଜି ଦେଇଥିଲେ। ପୋଲିସ ଓ ମହିଳା ବିଜେପି କର୍ମୀମାନଙ୍କର ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ଶେଷରେ ଶତାଧିକ ମହିଳା କର୍ମୀମାନଙ୍କୁ ପୋଲିସ ଗିରଫ କରିଥିଲା । ସୁରକ୍ଷାକୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ ମୃତୟନ