ଢେଙ୍କାନାଳ: ମା’ ଲଙ୍ଗବାଉତୀ ଟ୍ରକ ଓ ଟ୍ରଲର ମାଲିକ ଉନ୍ନୟନ ସଂଘ, ନରେନ୍ଦ୍ରପୁର, କଣ୍ଟାବଣିଆ, ଢେଙ୍କାନାଳ, ପକ୍ଷରୁ ଜୀବନବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବାବା ସାହେବଙ୍କ ୬୩ ତିରୋଧାନ ଦିବସ ଅବସରରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ତଥା ରାଜ୍ୟ ଅନୁସୁଚିତ ଜାତିର ଆବାହକ ବିଷ୍ଣୁ ଦାସ ଯୋଗଦେଇ ଜୀବନବିନ୍ଦୁ ରକ୍ତଦାନ ଶିବିରକୁ ଉଦଯାପିତ କରିଥିଲେ । ବାବା ସାହେବଙ୍କ ୬୩ ତିରୋଧାନ ଦିବସରେ ସେଚ୍ଛାକୃତ ଭାବେ ୧୩୧ ଜଣ ରକ୍ତଦାନ କରିଥି । ଅନୁସୁଚିତ ଜାତି ସେଲ୍, ଢେଙ୍କାନାଳ ଜିଲ୍ଲା ସଭାପତି କୈଳାସ ଚନ୍ଦ୍ର ନାୟକ ପରିଚାଳନାରେ ଅନେକ ସଦସ୍ୟ ଯୋଗଦେଇଥିଲେ ।