Odia News Portal

ବୁଲା ଗାଈଗୋରୁଙ୍କ ଚିହ୍ନଟ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ବର () ସ୍ମାର୍ଟ ସିଟି ଭୁବନେଶ୍ୱର ରେ ଆରମ୍ଭ ହେଲା ଗୋରୁ ଗାଈଙ୍କ କାନ ନୋଳିକାରଣ।ଓଡ଼ିଶାରେ ପ୍ରଥମେ ବନ୍ୟ ପ୍ରାଣୀଙ୍କ ତାଗିଙ୍ଗ ପରେ ଏବେ ବିଏମସି ରେ ଗୃହ ପାଳିତ ପ୍ରାଣୀଙ୍କର ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି।ପ୍ରଥମ କରି ଭୁବନେଶ୍ୱର ଗୋରୁ ଗାଈଙ୍କର କାନରେ ନୋଳିକରଣ କରାଯାଇ ,ସ୍ୱତନ୍ତ୍ର ପରିଚୟ ପ୍ରଦାନ କରାଯାଇଛି।୮୦୦ ଗୋରୁ ଗାଈ ମାନଙ୍କୁ ବିଭିର୍ନ ଗୋଶାଳରେ ଦାଇତ୍ୱ ସହକାରେ ରଖାଯାଇ ଯତ୍ନ ନିଆଯିବ ବୋଲି ବିଏମସି ମେୟର ଅନନ୍ତ ନାରାୟଣ ଜେନା କହିଛନ୍ତି।ପ୍ରତିଟି ଗାଈ ଓ ମଇଁଷି କାନରେ ଏକ ସ୍ୱତନ୍ତ୍ର ଟୟାଗ ଲଗାଯିବ ଯେଉଁଥିରେ ଏକ ସଂଖ୍ୟା ମଧ୍ୟ ଲେଖାଥିବ ଯାହାଦ୍ୱାରା ତାର ସମସ୍ତ ତଥ୍ୟ ସରକାରଙ୍କ ପାଖରୁ ମିଳିପାରିବା ସହିତ ଗୋରୁଗାଈଙ୍କ ସଂଖ୍ୟା ମଧ୍ୟ ଆକଳନ କରାଯାଇପାରିବ ବୋଲି ବିଏମସି ମେୟର କହିଛନ୍ତି।ଏହାଦ୍ୱାରା ଆଗକୁ ଗୋ ଚାଲାଣ ମଧ୍ୟ ରୋକାଯାଇ ପାରିବ ।ସଚେତନତା ଗାଡି ସାରା ଭୁବନେଶ୍ୱର ରେ ବୁଲିବ ଓ ଆଗକୁ ଘର ଘର ବୁଲି ଲୋକଙ୍କୁ ସଚେତନ କରାଯିବ, ପଞ୍ଜିକୃତ ଗୋରୁ ଗାଈଙ୍କୁ ପାଇଁ ଜୋରିମାନା ୧୦୦୦ ଟଙ୍କା ଥିବାବେଳେ ଅଣପଞ୍ଜୀକୃତ ଗୋରୁଗାଈଙ୍କ ପାଇଁ୧୫୦୦ ଟଙ୍କା ସହିତ ଗୋଶାଳା ରେ ତାର ଅନ୍ୟାନ୍ୟ ଖର୍ଚ୍ଚ ପାଇଂ୨୦୦ ଟଙ୍କା ନିଆଯିବ ବୋଲି ବିଏମସି ମେୟର କହିଛନ୍ତି।ଏ କାର‌୍ୟ୍ୟକ୍ରମ ର ସଫଳ ରୂପାୟନ ପାଇଁ ମେୟର ସମସ୍ତଙ୍କ ସାହାଯ୍ୟ ସହଯୋଗ ନେଇ ଅନୁରୋଧ କରିଛନ୍ତି।ଏପଟେ ବିଏମସି ରେ ଯେତେ ଘରୋଇ ଗୃହପାଳିତ ପଶୁ ଅଛନ୍ତି ସେମାନଙ୍କୁ ଆଜିଠାରୁ ସ୍ୱତନ୍ତ୍ର ସରକାରୀ ପରିଚୟ ପ୍ରଦାନ କରାଯିବ ବୋଲି କହିଛନ୍ତି ଭୁବନେଶ୍ୱର ଉପଖଣ୍ଡ ପ୍ରାଣୀ ଅଧିକାରୀ ଜୟକୃଷ୍ଣ ସାହୁ।ଆଗକୁ ହକି ମହାକୁମ୍ଭ ଥିବାରୁ ସ୍ମାର୍ଟ ସିଟି କୁ ଏକାନ୍ତ ଭାବେ ସ୍ମାର୍ଟ କରିବାକୁ ଆମର ଉଦ୍ୟମ ରହିବା ଦରକାର ବୋଲି ସେ କହିଛନ୍ତି।ଏହି ପଦକ୍ଷେପ ଦ୍ୱାରା ଆଗକୁ ଗୋ ଚୋରାଚାଳନ କୁ ବି ରୋକାଯାଇପାରିବ। ପ୍ରଥମ ପର‌୍ୟ୍ୟାୟରେ ୨୦୦୦ ଗୋରୁଗାଈଙ୍କ ନୋଳିକରଣ କରାଯାଇ ତାର ସମସ୍ତ ତଥ୍ୟ ରଖାଯିବ।ଯେହେତୁ ଭୁବନେଶ୍ୱର ରେ ପ୍ରଥମ କରି ଏ ପ୍ରକାର କାର‌୍ୟ୍ୟକ୍ରମ କରାଯାଉଛି ,୫ଟି ଟିମ ଗଠନ କରାଯାଇ ସେମାନଙ୍କ ଉପରେ ନଜର ରଖାଯିବ ବୋଲି ଉପଖଣ୍ଡ ଅଧିକାରୀ କହିଛନ୍ତି।ବିଏମସି ଅଞ୍ଚଳରେ ବୁଲା ଗୋରୁ ଗାଇଙ୍କୁ ଶୃଙ୍ଖଳିତ କରିବା ନେଇ ଏ କାର‌୍ୟ୍ୟକ୍ରମ ବିଏମସି ଓ ଓଡ଼ିଶାର ସରକାରଙ୍କ ପ୍ରାଣୀସମ୍ପଦ ବିକାଶ ବିଭାଗ ହାତକୁ ନେଇଛି ବୋଲି ବିଏମସି ର ଡେପୁଟି କମିଶନର ଶୁଭ୍ରାଂଶୁ ମିଶ୍ର କହିଛନ୍ତି।