Odia News Portal

ଭିକାରୁଣୀର ବଦାନ୍ୟତା

ରାଜକନିକା – ଭିକାରୁଣୀ ହେଲେବି ହୃଦୟ ତାଙ୍କର ବିଶାଳ । ଜୀବନରେ ସବୁଆଡୁ ଧୋକା ଖାଇବାପରେ ସେ ହାରିଯାଇନାହାନ୍ତି ଜୀବନ ସଂଗ୍ରାମ ବୟସ ତାଙ୍କର ଅତିକ୍ରାନ୍ତ ଅସହାୟ ଜୀବନ ଜଂଜାଳ ମଧ୍ୟରେବି ସେ ଭୁଲିନାହାନ୍ତି ତାଙ୍କର ମାନବିକତା । ସାରାଜୀବନ ଭିକ୍ଷାବୃତି କରି ରଖିଥବା ୫୦ ହଜାର ଟଙ୍କାକୁ ସେ ଶ୍ରୀଜଗନ୍ନାଥଙ୍କୁ ସମର୍ପଣ କରିଦେଇଛନ୍ତି । ଆଉ ସେ ସେହି ଟଙ୍କାକୁ ଶ୍ରୀମନ୍ଦିର ପ୍ରଶାସକ ଅଫିସରେ ଜମା କରିଦେଇଛନ୍ତି । ଏଭଳି ଜଣେ ମହୀୟସୀ ମହିଳା ହେଉଛନ୍ତି କେନ୍ଦ୍ରାପଢ଼ା ଜିଲ୍ଲା ରାଜକନିକା ବ୍ଲକ ଜାଗୁଳାଇପଢ଼ା ଗାଁର ସରୋଜିନୀ ଦାଶ । ସ୍ୱାମୀ ପରମେଶ୍ୱର ଅସମୟରେ ଆର ପାରିକୁ ଚାଲିଗଲେ । ସରୋଜିନି ପାଖ ଗାଁର ପିଲାଟିକୁ ପୋଷ୍ୟପୁତ୍ର ଭାବେ ଗ୍ରହଣ କରିଥିଲେ ମଧ୍ୟ ସେବି ଧୋକା ଦେଲା ।ଅର୍ଥାଭାବ ଯୋଗୁଁ ମୁଣ୍ଡ ଗୁଂଜିବାକୁ ଥିବା ଘରଟି ମଧ୍ୟ ଛପର ହୋଇନପାରି ଭାଙ୍ଗି ନଷ୍ଟ ହୋଇଗଲା ଶେଷରେ ଭିକ୍ଷାଥାଳ ହୋଇଗଲା ତାଙ୍କର ଏକମାତ୍ର ସାହାରା । ବାର୍ଦ୍ଧକ୍ୟ ଭତା ପାଉଥିବା ୩୦୦ ଟଙ୍କା ଏବଂ ଭିକ୍ଷାବୃତିରୁ ମିଳୁଥିବା ଅର୍ଥକୁ ସଂଚୟ କରି ବିଚାରା ସରୋଜିନି ଶେଷରେ ରଖିଥବା ୫୦ ହଜାର ଟଙ୍କା ଶ୍ରୀମନ୍ଦିରକୁ ଦାନକରି ନିଜକୁ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ସମର୍ପଣ କରିଦେଇଛନ୍ତି । ଜଣେ ଅସହାୟା ଭିକାରୁଣୀଙ୍କର ଏଭଳି ମହନୀୟତା ପାଇଁ ସେ ଏକ ଆଦର୍ଶ ପାଲଟି ଯାଇଛନ୍ତି ।