Odia News Portal

ମହିଳାମାନଙ୍କୁ ସୁଲଭ ଦରରେ ମିଳିବ ଉଜ୍ଜ୍ୱଳ ସାନିଟାରୀ ନ୍ୟାପକିନ

ମହିଳାମାନଙ୍କୁ ସୁଲଭ ଦରରେ ମିଳିବ ଉଜ୍ଜ୍ୱଳ ସାନିଟାରୀ ନ୍ୟାପକିନ | ଆଇଓସିଏଲ, ଏଚପିସିଏଲ ଓ ବିପିସିଏଲ କମ୍ପାନୀଗୁଡିକର ସିଏସର ଯୋଜନା ଅନୁଯାୟୀ ଆଜିଠାରୁ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହେବ | ୩୦ ଜିଲ୍ଲାର ୯୩ଟି ବ୍ଲକରେ ପ୍ରାୟ ୧୦୦ ଲୋକାଲ ୟୁନିଟ ମାଧ୍ୟମରେ ଏହି ନ୍ୟାପକିନ ମିଳିବ | ଏହି ଯୋଜନା ପାଇଁ ପାଖାପାଖି ୨ କୋଟି ୯୪ ଲକ୍ଷ ଟଙ୍କା ବ୍ୟବ ବରାଦ ହୋଇଛି | କଟକ ପଞ୍ଚମୁଖୀ ହନୁମାନ ମନ୍ଦିର, ନୀଲୀ, ନରସିଂହପୁର ନୂଆପାଟଣା ଏବଂ ବାଙ୍କୀ କଳାପଥର ଅଂଚଳରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯିବ |

ଉକ୍ତ ନାପକିନ ଗାଁରେ ତିଆରି ହୋଇ ଗାଁ ଲୋକଙ୍କୁ ବିକ୍ରି କରାଯିବ | ବଜାରଠାରୁ କମ ଦର ସହ ଅଧିକ ଗୁଣବତ୍ତା ରହିବ ବୋଲି ଆଜି ପ୍ରେସ୍ ମିଟରେ ସୂଚନା ଦେଇଛନ୍ତି ଭଦ୍ରକ ଉଜ୍ବଳା ଯୋଜନାର ସିନିଅର ମ୍ୟାନେଜର କାର୍ତିକ ଚନ୍ଦ୍ର ଜେନା | ଏହି ନାପକିନରେ କୌଣସି କେମିକାଲ ବ୍ୟବହାର ହେବନାହିଁ । ମାଟିରେ ଶୀଘ୍ର ମିଶିବା ସହ ହାଇଜିନିକ୍ ହେବ। ଏଣୁ ଏହା ଲୋକାଦୃତ ହୋଇପାରିବ ବୋଲି କମ୍ପାନୀ ଆଶା ରଖିଛି ।