Odia News Portal

ମାଓବାଦୀଙ୍କ ପ୍ରତିରୋଧ ଦିବସ ପାଳନ: ପୁଣି ମାରିଲେ ବ୍ୟାନର ଓ ପୋଷ୍ଟର

ମିଟର ପରିତ୍ୟକ୍ତ ପମ୍ପହାଉସରେ ଏହା ଲାଗିଛିା ସକାଳୁ ସକାଳୁ ଏହା ଦେଖିବା ପରେ ଲେଶକଙ୍କ ମନରେ ଭୟ ସୃଷ୍ଟି ହୋଇଛିା ଉକ୍ତ ଅଞ୍ଚଳରେ ମାଓବାଦୀଙ୍କ ଉପସ୍ଥିତି ଜାହିର ହେବା ସହ ଲୋକଙ୍କ ମଧ୍ୟରେ ଭୟ ଆତଙ୍କ ଦେଖାଯାଇଛି। ଏଭଳି ଗୁରୁବାର ଦିନ ମଧ୍ୟ କିରିକୁଟି ଏବଂ ପାଟାଙ୍ଗିଠାରେ ମଧ୍ୟ ମାଓବାଦୀମାନେ ବ୍ୟାନର ଓ ପୋଷ୍ଟର ଲାଗାଇଥିଲୋ ଫଳରେ ସନ୍ଧ୍ୟା ହେଲେ ତାଟିକବାଟ ପଡ଼ିଯାଉଛିା ଉକ୍ତ ଅଞ୍ଚଳରେ ପୋଲିସ ପାଟ୍ରୋଲିଂ କରୁଥିଲେ ସୁଦ୍ଧା ସଂନ୍ଧ୍ୟା ସମୟରେ ଏହା ହେଉନଥିବାରୁ ଭୟ ଲୋକଙ୍କ ମନରେ ଦ୍ୱିଗୁଣିତ ହୋଇଛିା ସିମନବାଡ଼ିରେ ଲଗାଯାଇଥିବା ବ୍ୟାନର ପୋଷ୍ଟରରେ ମଧ୍ୟ ପୁର୍ବରୁ କରିକୁଟିଠାରେ ଲାଗାଯାଇଥିବା ବ୍ୟାନର ପୋଷ୍ଟରରେ ଲେଖାଯାଇଥିବା କଥାକୁ ମାଓବାଦୀ ମାନେ ପୁଣି ଦୋହରାଇଛନ୍ତି। ପ୍ରକାଶ ଯେ, ମାଓବାଦୀଙ୍କ ପକ୍ଷରୁ ଲଗାଯାଇଥିବା ବ୍ୟାନର ଓ ପୋଷ୍ଟରରେ ଉଲ୍ଲେଖ ରହିଛି ଯେ, ଗେରୁଆ ଆତଙ୍କବାଦୀ ସଂଘ ପରିବାରର ତାଣ୍ଡବଲିଳା ବିରୁଦ୍ଧରେ ଚଳିତ ମାସ ୬ ତାରିଖଠାର ୧୨ ପର୍ଯ୍ୟନ୍ତ ପ୍ରତିରୋଧ ଦିବସ ପାଳନ କରିବାକୁ ନିବେଦନ କରାଯାଇଛି ା ଇତି ମଧ୍ୟରେ ଏହା ୪ ଦିନ ବିତାଯାଇଥିବା ଜଣାପଡ଼ିଛି ା ସେହିପରି ବ୍ରାହ୍ମଣୀୟ ଫାଶିବାଦ ବିରୁଦ୍ଧରେ ଏକଜୁଟ ହୋଇ ସଂଗ୍ରାମ କରିବାକୁ ଆହ୍ବାନ କରାଯାଇଛି ା ଧର୍ମ ନାମରେ ବିଦ୍ୱେଷ ଓ ଦଙ୍ଗା ବନ୍ଦ କରିବାକୁ ନିବେଦନ କରାଯିବା ସହ ଗୋରକ୍ଷା ନାମରେ ଭିଡ଼ ଦ୍ୱାରା ମୁସଲମାନ, ଖ୍ରୀଷ୍ଟିଆନ, ଦଳିତ ଓ ଆଦିବାସୀଙ୍କ ଉପରେ ଆକ୍ରମଣ ବନ୍ଦ କରିବାକୁ ନିବେଦନ କରାଯାଇଛିା ରାମ ମନ୍ଦିର ନିର୍ମାଣ ପାଇଁ ମୋହନ ଭାଗବତ ଓ ପ୍ରବୀଣ ତୋଗାଡ଼ିଆର ପଦଯାତ୍ରାଓ ଦାବିକୁ ବିରୋଧ କରୁଥିବା ଉଲ୍ଲେଖ ରହିଛିା ଗେରୁଆ ଆରଏସଏସ ଓ ଭିଏଚପି ସଂଗଠନ, ବଜରଙ୍ଗ ଦଳ ସଂଘ ପରିବାରର ଉନମାଦକୁ ପ୍ରତିରୋଧ କରିବାକୁ ଉଲ୍ଲେଖ ରହିଛିା ସେହିପରି ମୋଦି ସରକାରର ନିପାତ ଅଭିଯାନ ସମାଧାନ ଯୋଜନାକୁ ପରାସ୍ତ କରିବାକୁ ଚେତାବନୀ ଓ ଆହ୍ବାନ ଦିଆଯାଇଛି ା ସେହିପରି ଧାର୍ମିକ ସଂହତି ବଜାୟ ରଖିବାକୁ ଓଡ଼ିଶାରେ ସଂଘ ପରିବାର ଓ ବିଜେପିର ପ୍ରଭାବକୁ ରୋକିବା ପାଇଁ ଆଦି ଉଲ୍ଲେଖ ରହିଛି। ସୂଚନାଯୋଗ୍ୟ, ମାଓବାଦୀଙ୍କ ସହିଦ ସପ୍ତାହ ପରେ ପ୍ରତିରୋଧ ଦିବସ ପ୍ରଥମଥର ପାଇଁ ଏହି ଅଞ୍ଚଳରେ ପାଳନ କରାଯାଉଥିବା ଜଣାପଡ଼ିଛିା ପ୍ରତିଥର ମାଓବାଦୀ ଲାଲ୍‌ ବ୍ୟାନର ଲଗାଉଥିବାବେଳେ ପ୍ରଥମଥର ପାଇଁ ଅଞ୍ଚଳରେ କଳା ବ୍ୟାନର ଲାଗାଯାଇଥିବା ଦେଖିବାକୁ ମିଳିଛିା ଏଠାରେ ସୁଚନାଯୋଗ୍ୟ, ୨୦୧୭ ମସିହା ସେପ୍ଟେମ୍ବରରେ ସିମନବାଡ଼ି ଅଞ୍ଚଳରେ ପ୍ରଥମଥର ପାଇଁ ମାଓବାଦୀଙ୍କ ପକ୍ଷରୁ ଲାଲ୍‌ ବ୍ୟାନର ଲଗାଯାଇଥିଲା ସେହି ସମୟରେ ଉଲ୍ଲେଖ ରହିଥିଲା ଯେ, ସେପ୍ଟେମ୍ବର ୨୧ଠାରୁ ସିପିଆଇ ମାଓବାଦୀ ପ୍ରତିଷ୍ଠା ସପ୍ତାହ ପାଳନ କରିବାକୁ ଆହ୍‌ତ୍ାନ ଦିଆଯାଇଥିଲାା ସେହିପରି ଶୋଷିତ, ଅବହେଳିତ ଶ୍ରେଣୀର ମୁକ୍ତି ପାଇଁ ଆନ୍ଦୋଳନ, ଚୋରାମଦ କାରବାରକୁ ବିରୋଧ, ଭ୍ରଷ୍ଟାଚାର ଓ ଦୁର୍ନୀତି ବିରୋଧରେ ଆନ୍ଦୋଳନ କରିବାକୁ ପୋଷ୍ଟରରେ ଆହ୍ନାନ ଦିଆଯାଇଛିା ଦୀର୍ଘକାଳୀନ ଜନଯୁଦ୍ଧ ଜିନ୍ଦାବାଦ ବୋଲି ଉଲ୍ଲେଖ ରହିଥିଲା । ଶେଷରେ ବଂଶଧାରା ଘୁମୁଷର ନାଗାବଳୀ ଡିଭିଜନାଲ କମିଟି ସିପିଆଇ (ମାଓବାଦୀ) ଉଲ୍ଲେଖ ରହିଥିଲା କିନ୍ତୁ ଏହି କଳା ବ୍ୟାନରେ ବିପ୍ଳବ ଅଭିନନ୍ଦନ ସହ ଓଡ଼ିଶା ରାଜ୍ୟ କମିଟି ଭାରତର କମ୍ୟୁନିଷ୍ଟ ପାର୍ଟି (ମାଓବାଦୀ) ବୋଲି ଉଲ୍ଲେଖ ରହିଛି