ଜଗତସିଂହପୁର: ରାଜ୍ୟପାଳ ଶ୍ରୀ ଗଣେଶୀ ଲାଲ ଜଗତସିଂହପୁର ଜିଲ୍ଲା ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ରାଜ୍ୟପାଳ ପ୍ରଥମେ ଜଇପୁର ଠାରେ ଥିବା ବୟନ ଗ୍ରାମରେ ସକାଳ ୯ଟା୫୦ ମିନିଟରେ ପହଁଚି ବୁଣାକାରମାନଙ୍କୁ ଭେଟିବା ସହ ସେମାନଙ୍କ ଦ୍ୱାରା ବୁଣା ଯାଉଥିବା ବିଭିନ୍ନ ହାତ ତିଆରି ତନ୍ତ କାମ ବସ୍ତ୍ର ଆଦି ବୁଲି ଦେଖିଥିଲେ । ଦୀର୍ଘ ୪୦ମିନିଟ ପର୍ଯ୍ୟନ୍ତ ସେଠାରେ ରହିବା ସହ ବୁଣାକାରମାନଙ୍କ ସମସ୍ୟା ବାବଦରେ ପଚାରି ବୁଝି ଥିଲେ । ପରେ ପାରାଦୀପ ଅଭିମୁଖେ ଗସ୍ତ କରିଥିଲେ । ରାଜ୍ୟପାଳ ଙ୍କର କୁଜଙ୍ଗ ବ୍ଲକ କୋଠି ସ୍ଥିତ ରଘୁନାଥ ହାଇସ୍କୁଲର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଓ ଅପରାହ୍ନରେ ବାଲିକୁଦା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ରୌପ୍ୟ ଜୟନ୍ତୀ ସମାରୋହରେ ମୁଖ୍ୟ ଅତିଥି ଭାବେଯୋଗ ଦେଇଥିଲେ ।