ପାରାଦୀପ: ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳରେ କାମକରୁଥିଵା ଚେନ୍ନାଇ ରାଧା କମ୍ପାନୀରେ କାର୍ଯ୍ୟରତ ଶ୍ରମିକ ଵାଵୁଲି ପଲେଇଙ୍କ ମୄତ୍ୟୁ ଘଟିଛି । ଵାଵୁଲିଙ୍କ ଘର ପାରାଦୀପ ଲକ୍ ଥାନା ଅନ୍ତର୍ଗତ ନିମିଢି ଗ୍ରାମରେ ବୋଲି ଜଣାପଡିଛି। ତେବେ ଦିର୍ଘଦିନ ହେବ ଏହି କମ୍ପାନୀରେ କାମକରି ଆସୁଥିଲେ, ସେ ସବୁଦିନ ପରି ଗତକାଲି ମଧ୍ୟ ଘରୁ କମ୍ପାନୀକୁ ନାଇଟସିପ୍ଟରେ କାମକରି ଵାକୁଯାଉଥିଲେ । ତେବେ କାମ କରିବାକୁ ଯିବା ସମୟରେ ଵାଟରେ ତାଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା । ତେବେ ପରିବାର ଓ ସ୍ଥାନୀୟ ଲୋକମାନଙ୍କ ସହାୟତାରେ ତାଙ୍କୁ ପାରାଦୀପ ବିଜୁ ମେମୋରିଆଲ ହସପିଟାଲକୁ ନେଇଥିଲାଵେଳେ ଡ଼ାକ୍ତର ତାଙ୍କୁ ମୄତ୍ୟୁ ଘୋଷଣା କରିଥିଲେ । ମୃତ ଵାଵୁଲି ଏକମାତ୍ର ତାଙ୍କ ପରିବାରର ରୋଜଗାର କ୍ଷମ ଥିବା ଵେଳେ ପରିବାର ଲୋକେ କମ୍ପାନୀ ପକ୍ଷରୁ ସାହାଯ୍ୟର ଆଶା ରଖଥିଲେ ମଧ୍ୟ କମ୍ପାନୀ ପକ୍ଷରୁ ଏ ନେଇ କୌଣସି କର୍ଣ୍ଣପାତ ନକରିବାରୁ ବାଧ୍ୟ ହୋଇ ପରିବାର ଓ ଗ୍ରାମଵାସୀମାନେ ପାରାଦୀପ ଦୋଛକି ନିକଟରେ ଶଵ ରଖି ଟାୟାର ଜାଳି ରାସ୍ତାରୋକ କରିଥିଲେ । ସେମାନଙ୍କର ଦାବୀ କମ୍ପାନୀ ପକ୍ଷରୁ ମୄତକଙ୍କ ପରିବାରକୁ ଯେ ପର୍ଯ୍ୟନ୍ତ କ୍ଷତି ପୁରଣ ନ ମିଳିଛି ସେ ପର୍ଯ୍ୟନ୍ତ ରାସ୍ତାରୋକ ଜାରିରହିଵଵୋଲି ଚେତାବନୀ ଦେଇଥିଲେ । ଫଳରେ କଟକ-ପାରାଦୀପ ଓ ପାରାଦୀପ-ଚଣ୍ଡିଖୋଲ ରାସ୍ତାର ଜାନବାହାନ ସମ୍ପୂର୍ଣ୍ଣ ଠପ୍ ହୋଇଯାଥିଲା ।