ରଙ୍ଗେଇଲୁଣ୍ଡା ବ୍ଲକ କନିଷି ହାଟସ୍ଥିତ ବାଲାଜୀ ବିଦ୍ୟାପୀଠରେ ଶୁକ୍ରବାର ୮ମ ଜିଲାସ୍ତରୀୟ ବିଜ୍ଞାନ ମେଳା ଉଦ୍ଘାଟିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଯୋଗେଦଇ ୨ଦିନିଆ ମେଳାକୁ ଉଦ୍ଘାଟନ କରିଥିଲେ। ମୁଖ୍ୟବକ୍ତା ଭାବେ ଓୟୁଏଟିର ପ୍ରଫେସର ଡ. ଦାମୋଦର ଶତପଥୀ, ସମ୍ମାନିତ ଅତିଥି ଭାବେ ରଙ୍ଗେଇଲୁଣ୍ଡା ବିଡିଓ କୁମାର ନାଗଭୂଷଣ, କନିଷି ତହସିଲଦାର ଶରତ ଚନ୍ଦ୍ର ମହାପାତ୍ର, ରଙ୍ଗେଇଲୁଣ୍ଡା ବ୍ଲକ ଅଧ୍ୟକ୍ଷା ସି.ଏଚ୍. ଉଷାରାଣୀ, ଜିଲା ଶିକ୍ଷାଧିକାରୀ ସନାତନ ପଣ୍ଡା ଓ ଅତିରିକ୍ତ ଜିଲା ଶିକ୍ଷାଧିକାରୀ ବନିତା ଶତପଥୀ, ଗୋପାଳପୁର ବିଇଓ ଅବିନାଶ ଶତପଥୀ ପ୍ରମୁଖ ଯୋଗ ଦେଇଥିଲେ। ଜିଲାପାଳ ପ୍ରକଳ୍ପଗୁଡିକ ପରିଦର୍ଶନ କରି ଛାତ୍ରୀଛାତ୍ରଙ୍କୁ ପ୍ରକଳ୍ପର କାର୍ଯ୍ୟକାରିତା ନେଇ ପଚାରିଥିଲେ। ରଙ୍ଗେଇଲୁଣ୍ଡା ଗୋଷ୍ଠୀ ଶିକ୍ଷାଧିକାରୀ ପ୍ରଭାତୀ ମହାପାତ୍ର କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ। ଜିଲାପାଳ କୁଲାଙ୍ଗେ ତାଙ୍କ ବକ୍ତବ୍ୟରେ ଛାତ୍ରୀଛାତ୍ରମାନେ ଯେକୌଣସି କାର୍ଯ୍ୟ କଲା ବେଳେ ନିଜେ ନିଜକୁ ପ୍ରଶ୍ନ ପଚାରିବା ସହ ସାଙ୍ଗସାଥୀ, ଶିକ୍ଷକ ଓ ପିତାମାତାଙ୍କ ପରାମର୍ଶ ନେଲେ କୃତିତ୍ୱ ହାସଲ କରିପାରିବେ ବୋଲି କହିଥିଲେ। ଜୀବନରେ ସବୁ ସମସ୍ୟା ସମାଧାନ କରିପାରିଲେ ହିଁ ଆଗକୁ ବଢିପାରିବେ ବୋଲି ସେ ମତ ରଖିଥିଲେ। ପ୍ରଥମେ ଛାତ୍ରୀଛାତ୍ରମାନଙ୍କ ଦ୍ୱାରା ସ୍ବାଗତ ସଂଗୀତ ପରିବେଷଣ କରାଯାଇଥିଲା। ଏହି ଅବସରରେ ପନ୍ନଗ ଭୂଷଣ ମାଝୀ, ପ୍ରଧାନ ଶିକ୍ଷକ ସୀମାଞ୍ଚଳ ପାଣିଗ୍ରାହୀ, ବୃଷକେତୁ ଦାଶ, ପ୍ରକାଶ ଚନ୍ଦ୍ର ସାବତଙ୍କ ସମେତ ବହୁ ଛାତ୍ରୀଛାତ୍ର ଉପସ୍ଥିତ ଥିଲେ