Odia News Portal

କେତେ ରହିଛି ୨୦୧୯-୨୦ରେ କୃଷି ବଜେଟ ପରିମାଣ, ଜାଣନ୍ତୁ

ଭୁବନେଶ୍ୱର()  ୨୦୧୯ ଓଡିଶା ବଜେଟ ଉପସ୍ଥାପନା କରୁଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ବଜେଟକୁ ଦୁଇ ଭାଗରେ ଉପସ୍ଥାପନା କରାଯାଇଛି । କୃଷି ବଜେଟକୁ ଅଲଗା ଭାବେ ଉପସ୍ଥାପନା କରାଯାଇଛି । ସେହିଭଳି ଆଗାମୀ ବର୍ଷ ଠାରୁ ଇଲେକ୍ଟ୍ରୋନିକ୍ସ ବଜେଟ ସ୍ୱତନ୍ତ୍ର ଭାବେ ଉପସ୍ଥାପନା କରାଯିବ ବୋଲି କୁହାଯାଇଛି । ୨୦୧୯-୨୦ରେ କୃଷି ବଜେଟ ପରିମାଣ ୨୦ ହଜାର ୭୧୪ କୋଟି ।

କୃଷି ଯନ୍ତ୍ରପାତି ପାଇଁ ୧୮୨ କୋଟି ଟଙ୍କା

ଜାତୀୟ ଉଦ୍ୟାନ କୃଷି ପାଇଁ ୧୦୦ କୋଟି ଟଙ୍କା

ପାର୍ବତୀଗିରି ଉଠାଜଳସେଚନ ଯୋଜନା ପାଇଁ ୧୭୭୭ କୋଟି ଟଙ୍କା

ଆଡିବନ୍ଧ ଯୋଜନା ପାଇଁ ୩୩ କୋଟି ଟଙ୍କା

୨୦ ହଜାର ଗଭୀର ନଳକୂପ ପାଇଁ ୪୫୦ କୋଟି ଟଙ୍କା

ପ୍ରଧାନମନ୍ତ୍ରୀ ବୀମା ଯୋଜନା ପାଇଁ ୪୦୦ କୋଟି ଟଙ୍କା

କାଳିଆ ଯୋଜନା ପାଇଁ ୫୬୧୧ କୋଟି ଟଙ୍କା

୭୫ ଲକ୍ଷ ଚାଷୀଙ୍କୁ କାଳିଆ ଯୋଜନାରେ ସାମିଲ କରାଯାଇଛି

କୃଷି ଶିକ୍ଷା ଓ ଗବେଷଣା ପାଇଁ ୩୦ କୋଟି ଟଙ୍କା

କୃଷି ସିଞ୍ଚନ ପାଇଁ ୨୨୮ କୋଟି ଟଙ୍କା

କୋନାଲ ମରାମତି ପାଇଁ ୩୧୪ କୋଟି ଟଙ୍କା

ଜଳନିଧି ଯୋଜନା ପାଇଁ ୧୫୦ କୋଟି ଟଙ୍କା

ନବକୃଷ୍ଣ ଚୌଧୁରୀ ଜଳସେଚନ ଯୋଜନା ପାଇଁ ୬୩୫ କୋଟି

୩୬ ଲକ୍ଷ ଚାଷୀଙ୍କ ଶସ୍ୟକୁ ବୀମାଭୁକ୍ତ କରିବା ପାଇଁ ଲକ୍ଷ୍ୟ

ଗତ ୫ ବର୍ଷରେ ୯ ଲକ୍ଷ ହେକ୍ଟର ଚାଷ ଜମିକୁ ଜଳ ଯୋଗାଣ ହୋଇଛି

ବୃହତ ଉଠାଜଳ ସେଚନ ପାଇଁ ୧୦୭୭ କୋଟି ଟଙ୍କା

ଚାଷୀଙ୍କୁ ୧ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ବିନା ସୁଧରେ ଋଣ ମିଳିବ

ମାଛ ଚାଷ ଉନ୍ନତି ପାଇଁ ୫୪ କୋଟି

ସାର ପାଇଁ ୧୦୦ କୋଟି ଟଙ୍କା