କେନ୍ଦ୍ରପଡା() ୫-ଟି ସଚିବ ତଥା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ ପାଣ୍ଡିଆନ ଆଜି କେନ୍ଦ୍ରପଡା ଜିଲ୍ଲା ଗସ୍ତରେ ଯାଇ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ପହଂଚିଥିଲେ । ସେଠାରେ ସେ ସ୍ୱାସ୍ଥ୍ୟ ବ୍ୟବସ୍ଥା ସମ୍ପର୍କରେ ଅନୁଧ୍ୟାନ କରିବା ସହିତ ରୋଗୀ ମାନଙ୍କୁ ଭେଟି ସେମାନଙ୍କ ଭଲମନ୍ଦ ପଚାରି ବୁଝିଥିଲୋ ଏହା ପରେ ପାଣ୍ଡିଆନ ଇଚ୍ଛାପୁର ଯାଇ ସେଠାରେ ଶ୍ରୀ ବଳଦେବଜିଉ ମନ୍ଦିର ପରିଦର୍ଶନ କରିଥିଲେ ।

ଇଚ୍ଛାପୁର ଠାରେ ନିର୍ମାଣାଧିନ ଥିବା ହସପିଟାଲ ଏବଂ ମୁଖ୍ୟ ଚିକିତ୍ସାଳୟ ର ନିର୍ମାଣଧିନା ଥିବା କୋଠାର କାର୍ଯ୍ୟ ଆସନ୍ତା ମାର୍ଚ୍ଚ ୫ ତାରିଖ ସୁଧା ସାରିବା ପାଇଁ ସେ ନିଦେ୍ର୍ଧଶ ଦେଇଛନ୍ତି । ପାଣ୍ଡିଆନଙ୍କ ସହିତ ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର ଏବଂ କେନ୍ଦ୍ରାପଡା ଜିଲ୍ଲାପାଳ ସମର୍ଥ ବର୍ମା ପ୍ରମୁଖ ଯାଇଥିଲେ ।
