ଅନଗୋଳ: ପଶ୍ଚିମ ଓଡିଶା ତ୍ରୀର୍ଥ ଯାତ୍ରା କରିଯାଇଥିବା ଯାତ୍ରୀବାହୀ ଟାଟା ଉଇଁଗର ଫେରିବା ସମୟରେ ଜରପଡା ଥାନା ର କତଡା ଠାରେ ରାତ୍ରୀ ପ୍ରାୟ ୧୨.୩୦ଟା ସମୟରେ ରେ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣା ରେ ୪ଜଣ ମୃତ ୧୦ଜଣ ଗୁରୁତର ଆହାତ ହୋଇଥିବା ଜଣାପଡିଛି । ମୃତକଙ୍କ ମଧ୍ୟରୁ ୨ଜଣ ବଲାସିଙ୍ଗା ଗ୍ରାମର ଧରଣୀଧର ପ୍ରଧାନ(୫୮),ଅରୁଣ କୁମାର ସାହୁ(୪୦) ,ଗାଡି ଚାଳକ ନନ୍ଦପୁର ଗ୍ରାମରୁ କୁମଦଚନ୍ଦ୍ର ସାହୁ(୨୬) (ସିଲୁ) ଓ ଜଣେ ତୁଳସୀପାଳର ଶିବରାମ ସାହୁ( ୪୫)ବୋଲି ସୂଚନା ମିଳିଛି ।ଅାହାତ ମାନେ ଅନୁଗୋଳ ମୁଖ୍ୟ ଚିକିସ୍ଚାଳୟରେ ଚିକିସ୍ଚିତ ହେଉଥିବା ବେଳେ ଗୁରୁତର ୭ଜଣଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି ।ଅନୁଗୋଳ ରୁ ସମ୍ବଲପୁର ମୁଖ୍ୟ ରାଜପଥ ର ରାସ୍ତା ଉର୍ଣ୍ଣତୀ କରଣ କରୁଥିବା ଠିକା ସଂସ୍ଥା ଗାୟତ୍ରୀ କନଷ୍ଟ୍ରକସନ ର ଖାମ ଖିଆଲି ନୀତି ଲାଗି ଏମିତି କା ଅନେକ ଦୁର୍ଘଟଣା ନିକଟ ଅତୀତରେ ଘଟିଅଛି ବୋଲି ସ୍ଥାନୀୟ ଜନ ସାଧାରଣ କହୁଛନ୍ତି
ଜିଲାପାଳ ଅନୀଲ କୁମାର ସାମାଲ ଙ୍କ ନିର୍ଦେଶ କ୍ରମେ ଜିଲ୍ଲା ପ୍ରଶାସନ ତରଫରୁ ରେଡ଼କ୍ରସ ପାଣ୍ଠିରୁ ମୃତକମାନଙ୍କୁ ୧୦,୦୦୦ ଟଙ୍କା,ଗୁରୁତର ଆହାତ ମାନଙ୍କୁ ୫୦୦୦ ଟଙ୍କା ଓ ସାମାନ୍ୟ ଆହତ ମାନଙ୍କୁ ୨୦୦୦ ଟଙ୍କା ଲେଖାଏ ଅତିରିକ୍ତ ଜିଲ୍ଲାପାଳ ତପନ ସତପଥୀ,ଜରୁରୀକାଳୀନ ଅଧିକାରୀ ବଇତୁରା ଦୀପ,ସହକାରୀ ଜିଲ୍ଲା ପାଳ ପତିତପାବନ ଦେଵତା ପ୍ରମୁଖ ଅର୍ଥ ରାଶି ପ୍ରଦାନ କରିଥିଲେ.ଢେ଼ଙ୍କାନାଳ-ଅନୁଗୋଳ ସାଂସଦଙ୍କ ଜିଲ୍ଲା ପ୍ରତିନିଧି ଭକ୍ତି ପ୍ରସାଦ ଦାସ,ଅନୁଗୋଳ ବ୍ଲକ ଅଧ୍ୟକ୍ଷ ନିରଞ୍ଜନ ଦେହୁରୀ,ଉପାଧ୍ୟକ୍ଷା ମମତା ପ୍ରଧାନ,ଅନୁଗୋଳ ବ୍ଲକ ସରପଞ୍ଚ ସଙ୍ଘ ସଭାପତି କନ୍ଦର୍ପ ମହାରଣା,ବଲାସିଙ୍ଗା ସରପଞ୍ଚ ଅଶୋକ ସାହୁ,ସ୍ୱେଚ୍ଛାସେବୀ ପର୍ଶୁରାମ ଦାସ,ସରୋଜ ପ୍ରଧାନ ପ୍ରମୁଖ ମୃତକ ମାନଙ୍କ ପରିବାର କୁ ସମବେଦନା ଜଣେଇ ଥିଲେ ଓ ଆହତ ମାନଙ୍କୁ ସାହାଯ୍ୟ ସହଯୋଗ କରି ଥିଲେ