Odia News Portal

ମୋଦିଙ୍କ ଆହ୍ବାନକୁ ପାଳିଲା ସାରାଭାରତ

ମୋଦିଙ୍କ ଆହ୍ବାନକୁ ପାଳିଲା ସାରାଭାରତ। ପଲ୍ଲୀ ଠାରୁ ଦିଲ୍ଲୀ ପ୍ରତ୍ୟେକଟି ନାଗରିକ ନିଜ ଦ୍ୱାର ଆଗରେ ମହମ୍ ବତୀ, ଦୀପ, ଟର୍ଚ୍ଚ ଲାଇଟ ଲଗାଇ ପ୍ରକାଶର ଶକ୍ତିକୁ ଅନୁଭବ କରିଛନ୍ତି। କରୋନା ମୁକାବିଲାରେ ସାରା ଦେଶ ଏକା ହୋଇ ଲଢିବା ପାଇଁ ଏ ପ୍ରକାଶ ଜ୍ୟୋତି ସହାୟକ ହେବ ବୋଲି ଆସ୍ବାଶନା ଦେଇଥିଲେ ମୋଦି। ଘଣ୍ଟାରେ ୯ ବାଜିବା କ୍ଷଣେ ଦୁଆରେ ଓ ବାଲକୋନୀରେ ଲୋକେ ଦୀପ ଓ କ୍ୟାଣ୍ଡେଲ ଲଗାଇ କରୋନା ଆକ୍ରାନ୍ତ ଓ ଦେଶକୁ ଏହି ମହାମାରିରୁ ମୁକ୍ତି ପାଇଁ କାମନା କରିଥିଲେ। ସାମାଜିକ ଦୂରତାକୁ ବଜାୟୀ ରଖି ସମସ୍ତେ ନିଜ ଦ୍ୱାର ଓ ବାଲକୋନୀରେ ଜ୍ୟୋତି ପ୍ରଜ୍ବଳନ କରିଥିଲେ।