Odia News Portal

ଆଦିତ୍ୟ ପ୍ରସାଦ ପାଢୀଙ୍କୁ ନୂଆ ଦାୟିତ୍ୱ

ଭୁବନେଶ୍ୱର() ଆଦିତ୍ୟ ପାଢୀଙ୍କୁ ନୂଆ ନିଯୁକ୍ତି ।ମୁଖ୍ୟ ନିର୍ବାଚନ କମିଶନର ଭାବେ ଆଦିତ୍ୟ ପ୍ରସାଦ ପାଢୀଙ୍କୁ ମିଳିଲା ନୂଆ ଦାୟିତ୍ୱ । ଏହି ନୂଆ ନିଯୁକ୍ତି ଉପରେ ରାଜ୍ୟପାଳଙ୍କ ମୋହର ବାଜିବା ପରେ ରାଜ୍ୟ ନିର୍ବାଚନ କମିଶନର ଭାବେ ନିଯୁକ୍ତି ପାଇଛନ୍ତି ଆଦିତ୍ୟ ।୧୯୮୩ ମସିହା ବ୍ୟାଚର ଏହି ଆଇଏଏସ ଅଫିସର ଏହା ପୂର୍ବରୁ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ତୁଲାଇଛନ୍ତି ।ନବୀନଙ୍କ ଗୁଡବୁକରେ ରହିଆସିଥିବା ଆଦିତ୍ୟ ଜଣେ ଅନୁଭବୀ, ଅଭିଜ୍ଞତା ସର୍ମ୍ପନ୍ନ ପ୍ରଶାସନିକ ଅଧିକାରୀ ଭାବେ ବେଶ ଜଣାଶୁଣା ଥିଲେ ।

ତେବେ ଆସନ୍ତା ଫେବ୍ରୁଆରୀ ୨୦୨୦ରେ ଆଦିତ୍ୟଙ୍କ କାର୍ୟ୍ୟକାଳ ଶେଷ ହେବ ।