ରାଜନଗର : ଦୁଇଟି କିଡନୀ ଖରାପ ହୋଇଯିବା ପରେ ପୁଅ ମୃତ୍ୟୁ ସହିତ ସ˚ଗ୍ରାମ କରୁଥିଲା। ମା’ ଗୋଟିଏ କିଡନୀ ଦେବା ପରେ ପୁଅ ଏବେ ନୂଆ ଜୀବନ ପାଇ ଘରକୁ ଫେରିଛି।ରାଜନଗର ବ୍ଲକ ହାତିନା ପଞ୍ଚାୟତ ଖଣ୍ତାମରା ଗାଁର ବଳରାମ ରାଉତ ଓ ଜୟନ୍ତୀ ରାଉତଙ୍କ ଏକମାତ୍ର ପୁଅ ବାସବେନ୍ଦ୍ର(୨୨)। ବି-ଟେକ୍ ପାଠପଢା ପରେ ଏକ କମ୍ପାନୀରେ ଚାକିରି କରିବା ପାଇଁ ନିଯୁକ୍ତିପତ୍ର ପାଇଥିଲେ। ଗତବର୍ଷ ଡିସେମ୍ବର ୧୦ ତାରିଖରେ ଚାକିରିରେ ଯୋଗ ଦେଇଥାେନ୍ତ। ମାତ୍ର ବିଧିର ବିଧାନ ଥିଲା ଭିନ୍ନ। ଚାକିରିକୁ ଯିବା ପୂର୍ବରୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହେଲେ। ଗତବର୍ଷ ଡିସେମ୍ବର ୨ ତାରିଖରେ ନିଶ୍ବାସ ନେବାରେ କଷ୍ଟ ଅନୁଭବ କରିବାରୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ମେଡିକାଲରେ ବାସବେନ୍ଦ୍ରଙ୍କ ୨ଟି କିଡନୀ ଖରାପ ହୋଇଯାଇଥିବା ପରିବାର ଲୋକ ଜାଣିବାକୁ ପାଇଥିଲେ। କିଡନୀ ପ୍ରତିରୋପଣ ନିହାତି ଆବଶ୍ୟକ ବୋଲି ଡାକ୍ତର ଜଣାଇ ଦେଇଥିଲେ। ୮ମାସ ଧରି ଡାଇଲିସିସ କରାଯାଇଥିଲା। ବାସବେନ୍ଦ୍ର ଓ ତାଙ୍କ ରକ୍ତ ଗ୍ରୁପ ‘ଏ’ ପଜିଟିଭ ହୋଇଥିବାରୁ ପୁଅର ଜୀବନ ବ˚ଚାଇବାକୁ ଜୟନ୍ତୀ କିଡନୀ ଦେବାକୁ ଡାକ୍ତରଙ୍କୁ କହିଥିଲେ।
