ଆଜି ସଂସଦରେ କାମଚଳା ବଜେଟର ଉପସ୍ଥାପନ କରିଥିଲେ ଅର୍ଥମନ୍ତ୍ରୀ ପୀୟୁଷ ଗୋୟଲ ।ସବୁ ବର୍ଗଙ୍କୁ ଖୁସି କରିବାକୁ ଯଥେଷ୍ଟ ପଦକ୍ଷେପ ନେଇ ଘୋଷଣା କରାଯାଇଥିବା ବେଳେ କୃଷକଙ୍କ ପାଇଁ ବଡ ଘୋଷଣା କରିଛନ୍ତି । ବିଶେଷକରି ଆଗାମୀ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ସରକାର ପ୍ରଥମେ ଦେଶର କୃଷକମାନଙ୍କୁ ପ୍ରଲୋଭିତ କରିବା ପାଇଁ ଉଦ୍ୟମ କରିଛନ୍ତି। ଯେଉଁ କୃଷକଙ୍କ ୨ ହେକ୍ଟର ଜମି ଥିବ ସେମାନଙ୍କୁ ବାର୍ଷିକ ୬ ହଜାର ଟଙ୍କାର ସହାୟତା ମିଳିବ। ତାହା ସମ୍ପୃକ୍ତ କୃଷକଙ୍କ ଜମାଖାତାରେ ସିଧାସଳଖ ଜମା ହେବ ବୋଲି ଆଜି ବଜେଟ୍ ଉପସ୍ଥାପନ ଅବସରରେ ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି। ୩ଟି କିସ୍ତିରେ ଏହି ଟଙ୍କା ଯୋଗାଇ ଦିଆଯିବ।
ସେହିପରି କଂଗ୍ରେସର ବରିଷ୍ଠ ନେବା ଏବଂ ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ ମଧ୍ୟ ଏହି ଅନ୍ତରୀଣ ବଜେଟକୁ କଡା ସମାଲୋଚନା କରି କହିଛନ୍ତି କି, କାମଚଳା ଅର୍ଥମନ୍ତ୍ରୀ କାମଚଳା ବଜେଟ୍ ଉପସ୍ଥାପନା କରି ଲୋକଙ୍କ ଧୈର୍ୟ୍ୟର ପରୀକ୍ଷା ନେଇଛନ୍ତି । ଗରିବଙ୍କ ପାଇଁ କଂଗ୍ରେସର ଯୋଜନାକୁ ବଜେଟରେ ନକଲ କରାଯାଇଛି । ଏହା ଅନ୍ତରୀଣ ବଜେଟ ନୁହେଁ ବରଂ ନିର୍ବାଚନ ପ୍ରଚାରର ଏକ ଭାଷଣ ଥିଲା ବୋଲି ପୂର୍ବତନ ଅର୍ଥମନ୍ତ୍ରୀ ସମାଲୋଚନା କରି କହିଛନ୍ତି ।
Sign in
Sign in
Recover your password.
A password will be e-mailed to you.
