Odia News Portal

ଆପୋଲୋକୁ ୪ ସପ୍ତାହ ମହଲତ

 ଭୁବନେଶ୍ବର()  ଘରୋଇ ହସ୍ପିଟାଲ ଆପୋଲକୁ ହାଇକୋର୍ଟ ପକ୍ଷରୁ ସାମୟିକ ଆଶ୍ୱସ୍ତି ମିଳିଛି। ଏହାର ଲାଇସେନ୍ସ ରଦ୍ଦ ନିମନ୍ତେ ଏନ୍ଏଚ୍ଆର୍ସିଙ୍କ ନିର୍ଦ୍ଦେଶ ଉପରେ ହାଇକୋର୍ଟ ରହିତାଦେଶ ଦେଇଛନ୍ତି। ଏପରିକି ୪ ସପ୍ତାହ ପର୍ୟ୍ୟନ୍ତ ଏହାକୁ କାର୍ୟ୍ୟକାରୀ ନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। 

୨୦୧୩ରେ ଅନିଲ ଆପୋଲୋ ହସ୍ପିଟାଲକୁ ଚିକିତ୍ସା ପାଇଁ ଆସିଥିଲେ। ଚିକିତ୍ସା ସମୟରେ ତାଙ୍କ ଅଜାଣତରେ କିଡ୍ନୀ କାଢି ନିଆଯାଇଥିଲା। ଏନେଇ ୨୦୧୬ରେ ବରଗଡ ଟାଉନ୍ ଥାନାରେ ଅଭିଯୋଗ କରିଥିଲେ ଅନିଲ। ଏହି ମାମଲାରେ ଜାତୀୟ ମାନବାଧିକାର କମିଶନ (ଏନ୍ଏଚ୍ଆରସି) ଦୃଢ଼ କାର୍ୟ୍ୟାନୁଷ୍ଠାନ ନେଇଥିଲେ ।୨ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ସହ ଆପୋଲୋ ହସ୍ପିଟାଲର ପଞ୍ଜୀକରଣ ରଦ୍ଦ କରିବାକୁ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଥିଲେ ।