Odia News Portal

ଚିଲିକାରେ ଡଙ୍ଗା ବୁକିଂ ପାଇଁ ହେବ ଆପ୍ ବ୍ୟବସ୍ଥା

ଚିଲିକା()  ଚିଲିକାରେ ଡଙ୍ଗା ବୁକିଂ ପାଇଁ ଆପ୍ ବ୍ୟବସ୍ଥା ହେବ । ଜିଲ୍ଲା ପ୍ରଶାସନ ସହ ବୋଟ୍ ଚାଳକ ସଂଘର ବୈଠକ ହୋଇଛି । ଏଥିରେ ଆବଶ୍ୟକ ସୁରକ୍ଷା ଉପକରଣ ବ୍ୟବହାର କରାଯିବ । ଆପରେ ଅନଲାଇନରେ ବୁକିଂ ଓ ପେମେଣ୍ଟ ବ୍ୟବସ୍ଥା ହେବ । ଚିଲିକା ଡେଭଲପମେଣ୍ଟ ଅଥରିଟି କରିବ ଏହି ଆପ୍ । ନଭେମ୍ବର ଶେଷ ସୁଦ୍ଧା ଆପର ବ୍ୟବହାର କରିହେବ । ଏନେଇ ପର୍ଯ୍ୟଟନ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଶଶାଙ୍କ ଶେଖର ରଥ ସୂଚନା ଦେଇଛନ୍ତି ।