Odia News Portal

ଅର୍ଣ୍ଣବ ଗୋସ୍ୱାମୀଙ୍କ ଜାମିନ ଆବେଦନ ଅଗ୍ରାହ୍ୟ

ମୁମ୍ବାଇ() ରିପବ୍ଲିକ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ପୁଣି ଲାଗିଛି ଝଟକା । ମଧ୍ୟବର୍ତ୍ତୀକାଳୀନ ଜାମିନ ପାଇଁ ବମ୍ବେ ହାଇକୋର୍ଟ ଆଜି ମନା କରିଦେଇଛନ୍ତି । ଏହା ସହ ସେ ନିୟମିତ ଜାମିନ ଆବେଦନ କରିପାରିବେ ବୋଲି କହିଥିଲେ ।

ତେବେ ଜଣେ ୫୩ ବର୍ଷୀୟ ଇଣ୍ଟେରିଅର୍‌ ଡିଜାଇନରଙ୍କୁ ଆତ୍ମହତ୍ୟା ପାଇଁ ଉସ‌କାଇବା ମାମଲାରେ ପୋଲିସ‌ ଅର୍ଣ୍ଣବ ଗୋସ୍ୱାମୀ ଗିରଫ ହୋଇଛନ୍ତି । ଗିରଫ ପରେ ୧୪ ଦିନିଆ ବିଚାର ବିଭାଗୀୟ ହେପାଜତରେ ଅଛନ୍ତି ଅର୍ଣ୍ଣବ ଗୋସ୍ୱାମୀ ।