ଭୁବନେଶ୍ୱର () କରୋନାକୁ ଚେକ ଦେଇଛି ଓଡିଶା । ଓଡିଶା ଏକ କୃଷି ପ୍ରଧାନ ରାଜ୍ୟ ହୋଇଥିବାରୁ ରାଜ୍ୟ ସରକାର ଏହି ମହାମାରି ସମୟରେ ଚାଷୀଙ୍କ ପାଇଁ ୨୦୦ କୋଟି ଟଙ୍କାର ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି । ଏହାଦ୍ବାର ପ୍ରାୟ 25 ଲକ୍ଷ ଚାଷୀ ଉପକୃତ ହେବେ । ଇଣ୍ଡିଆନ ଚ୍ୟାମ୍ବର ଅଫ କମର୍ସ ପକ୍ଷରୁ ଆୟୋଜିତ କରୋନା ମହାମାରୀ ଏବଂ କୃଷି, ଖାଦ୍ୟ ପ୍ରକ୍ରିୟାକରଣ, ମତ୍ସ୍ୟ ଓ ଉଦ୍ୟାନ କୃଷିରେ ରହିଥିବା ଚ୍ୟାଲେଞ୍ଜ ସମ୍ପର୍କିତ ଏକ ଆଲୋଚନାଚକ୍ରରେ କୃଷି ମନ୍ତ୍ରୀ ଡକ୍ଟର ଅରୁଣ ସାହୁ କହିଛନ୍ତି ।
ଗ୍ରାମୀଣ ଅର୍ଥନୀତିର ପୁନରୁଦ୍ଧାର ପାଇଁ ରାଜ୍ୟ ସରକାର ୧୭ ହଜାର କୋଟି ଟଙ୍କାର ସ୍ୱତନ୍ତ୍ର ଜୀବନଜୀବିକ ପ୍ୟାକେଜ ମଧ୍ୟ ଘୋଷଣା କରିଛନ୍ତି । ଏହି ପ୍ୟାକେଜ ଜରିଆରେ ସରକାର କୃଷି, ମତ୍ସ୍ୟ, ମନରେଗାରେ ଅଧିକ ନିଯୁକ୍ତି ସୁଯୋଗ ସହ ଦକ୍ଷତା ବିକାଶ ଜରିଆରେ ଆତ୍ମନିର୍ଭରଶୀଳତା ସୃଷ୍ଟି କରିବାକୁ  ଲକ୍ଷ୍ୟ ରଖିଛନ୍ତି ବୋଲି ସେ କହିଛନ୍ତି । ଆମ କୃଷି ହେଲ୍ପଲାଇନ ଜରିଆରେ ଚାଷୀଙ୍କୁ କୃଷି ଓ ବଜାର ସୁବିଧା ସମ୍ପର୍କିତ ସୂଚନା ଓ ସହାୟତା ଦିଆଯାଉଛି । ଏଥିସହ ସରକାର ନିକଟରେ ବଳରାମ ଯୋଜନା ଆରମ୍ଭ କରିଛନ୍ତି । ଏଥିରେ ଭୂମିହୀନ ଭାଗଚାଷୀଙ୍କ ଏହି ଯୋଜନାରେ ୧୦୪୦ କୋଟି ଟଙ୍କାର ସହାୟତା ପ୍ରଦାନ କରାଯିବ। ଏହି ଯୋଜନାରେ ୨ ବର୍ଷରେ ୭ ଲକ୍ଷ ଚାଷୀ ଉପକୃତ ହେବେ ବୋଲି ସେ କହିଛନ୍ତି ।
ସେହିଁଭଳି ପାରମ୍ପରିକ ଚାଷରୁ ଲାଭକାରୀ ଚାଷ ପାଇଁ ଚାଷୀଙ୍କୁ ପ୍ରୋତ୍ସାହିତ କରିବାକୁ ସରକାର ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ଆରମ୍ଭ କରିଛନ୍ତି । ଏଥିରେ ଚାଷୀଙ୍କୁ ଟେକ୍ନୋଲୋଜି ସହ ପରିବେଶ ଓ ବିଭିନ୍ନ ସଙ୍ଗଠନ ସହ ଯୋଡ଼ାଯିବ।  ଏହାଦ୍ବାରା କୃଷି ଭିତ୍ତିକ ପ୍ରକ୍ରିୟାକରଣ ଶିଳ୍ପ ଓ ରପ୍ତାନି ଶିଳ୍ପ ମଧ୍ୟ ସଂବୃଦ୍ଧ ହେବ ବୋଲି କୃଷି ସଚିବ ସୌରଭ ଗର୍ଗ କହିଛନ୍ତି । କେନ୍ଦ୍ର ସରକାରଙ୍କ ଆତ୍ମନିର୍ଭର ଭାରତ ଯୋଜନାରେ ମଧ୍ୟ ଶୀତଳ ଭଣ୍ଡାର ଓ ପ୍ରାଥମିକ ଷ୍ଟୋରେଜ କ୍ଷେତ୍ରରେ ପୁଞ୍ଜିନିବେଶ ପାଇଁ ପ୍ରୋତ୍ସାହିତ କରାଯାଉଥିବା ସେ କହିଛନ୍ତି । 
ଏଆଇସିସି ବିଶେଷଜ୍ଞ କମିଟିର ଅଧ୍ୟକ୍ଷ ଶ୍ରୀକାନ୍ତ ଗୋଏଙ୍କା, ଏଆଇସିସି ଓଡ଼ିଶାର ରାଜ୍ୟ ଆବାହକ ଶ୍ରୀରାମ ପଣ୍ଡା, ଆପିକଲର ପରିଚାଳନା ନିର୍ଦ୍ଦେଶକ ଡକ୍ଟର ପି କେ ରାଉଳ, ଉଦ୍ୟନକୃଷି ନିର୍ଦ୍ଦେଶକ ରୋହିତ କୁମାର ଲେଙ୍କା, ରିଲାଏନ୍ସ ଫେସର ଆଂଚଳିକ ମୁଖ୍ୟ ରୋହିତ ସିଂ, ଫାର୍ମଏକ୍ସ ଇଣ୍ଡିଆର ଉପଦେଷ୍ଟା ସୁବାଷ ପଟ୍ଟନାୟକ, ସଫଳର ବ୍ୟବସାୟିକ ମୁଖ୍ୟ ପ୍ରଦୀପ୍ତ କୁମାର ସାହୁ ପ୍ରମୁଖ ଏହି ଆଲୋଚନାଚକ୍ରରେ ଭାଗନେଇଥିଲେ ।
													
								 Sign in							
							
								
									
											
										
											
		
					
								
			
			
	
										
									
								
							
												
				
				
				 Sign in
				
					
						
						
										
				
			
			Recover your password.
A password will be e-mailed to you.
 
						 
			
