Odia News Portal

ଅଧିକ ୟୁରିଆ ସାର ଯୋଗାଇଦେବା ଲାଗି କେନ୍ଦ୍ର ସରକାରଙ୍କୁ ଅନୁରୋଧ

ଭୁବନେଶ୍ୱର ()  ଚଳିତ ଖରିଫ ଚାଷ ନିମନ୍ତେ ରାଜ୍ୟକୁ ଅଧିକ ୟୁରିଆ ସାର ଯୋଗାଇଦେବା ପାଇଁ କୃଷି ଓ କୃଷକ ସଶକ୍ତିକର, ମତ୍ସ୍ୟ ଓ ପ୍ରାୀ ସମ୍ପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡଃ ଅରୁଣ କୁମାର ସାହୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି । ଆଜି ପୂର୍ବାହ୍ନରେ କେନ୍ଦ୍ର ସରକାରଙ୍କ ରାଜ୍ୟ ରସାୟନ ଓ ସାର ମନ୍ତ୍ରୀ ଶ୍ରୀ ମନସୁଖଭାଇ ମାଣ୍ଡଭିୟ ଭିଡିଓ କନଫରେନସିଂ ଯୋଗେ ରାଜ୍ୟ କୃଷି ମନ୍ତ୍ରୀମାନଙ୍କର ବୈଠକରେ ସାର ଯୋଗାଣର ସ୍ଥିତି ସମ୍ପର୍କରେ ସମୀକ୍ଷା କରିଥିଲେ । ଏଥିରେ ମନ୍ତ୍ରୀ ଡଃ ସାହୁ ଯୋଗଦେଇ ଅଗଷ୍ଟ ମାସରେ ବାକି ୟୁରିଆ ସାର ତୁରନ୍ତ ଯୋଗାଇ ଦେବା ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ । ଜୁଲାଇ ଦ୍ୱିତୀୟ ସପ୍ତାହଠାରୁ ସେପେଫମ୍ବର ଶେଷ ପର୍ଯ୍ୟନ୍ତ ୟୁରିଆ ସାରର ସର୍ବୋଚ୍ଚ ଚାହିଦା ରହିଥାଏ । ଖରିଫ୍‌ ଚାଷର ୬୦ ପ୍ରତିଶତ ୟୁରିଆ ଏହି ସମୟରେ ବ୍ୟବହାର ହୋଇଥାଏ । ଭାରତର ପୂର୍ବାଞ୍ଚଳରେ କୌସି ୟୁରିଆ ଉତ୍ପାଦନ କାରଖାନା ନାହିଁ ।

ତେୁ ଓଡ଼ିଶାକୁ ଉତ୍ତରାଞ୍ଚଳ ଏବଂ ପଶ୍ଚିମାଞ୍ଚଳର କାରଖାନାରୁ ୟୁରିଆ ନିମନ୍ତେ ନିର୍ଭର କରିବାକୁ ପଡ଼ିଥାଏ । ୨୦୨୦ ଜୁନ୍‌ ମାସରେ ରାଜ୍ୟର ୟୁରିଆ ସାର ଚାହିଦା ୭୦ ହଜାର ମେଟି୍ରକ୍‌ ଟନ୍‌ ଥିବାବେଳେ ୫୬ ହଜାର ୨୨୮ ମେଟି୍ରକ୍‌ ଟନ୍‌ ସାର ଯୋଗାଣ ହୋଇଥିଲା ଯାହା ଚାହିଦାଠାରୁ ୧୩ ହଜାର ୭୭୨ ମେଟି୍ରକ୍‌ ଟନ୍‌ କମ୍‌ ଥିଲା । ସେହିପରି ଜୁଲାଇ ମାସରେ ୧୯ ହଜାର ୬୧୯ ମେଟି୍ରକ୍‌ ଟନ୍‌ କମ୍‌ ସାର ଓଡ଼ିଶାକୁ ଯୋଗାଣ ହୋଇଥିଲା । ଅଗଷ୍ଟ ମାସରେ ରାଜ୍ୟରେ ଏକ ଲକ୍ଷ ମେଟି୍ରକ୍‌ ଟନ୍‌ ୟୁରିଆ ସାରର ଆବଶ୍ୟକତା ଥିବାବେଳେ ଅଗଷ୍ଟ ୧୭ ତାରିଖ ସୁଦ୍ଧା ରାଜ୍ୟକୁ ମାତ୍ର ୩୪ ହଜାର ୧୫୦ ମେଟି୍ରକ୍‌ ଟନ୍‌ ଯୋଗାଣ ହୋଇଛି । ଜୁନ୍‌ ଓ ଜୁଲାଇ ମାସର ନିଅଣ୍ଟିଆ ସାର ଯୋଗାଣ ଏବଂ ଅଗଷ୍ଟ ମାସର ବାକି ଅବଧି ପାଇଁ ରାଜ୍ୟରେ ୧ ଲକ୍ଷ ୩ ହଜାର ମେଟି୍ରକ୍‌ ଟନ୍‌ ୟୁରିଆ ସାରର ଆବଶ୍ୟକତା ରହିଛି । ଓଡ଼ିଶାରେ ଖରିଫରେ ମୁଖ୍ୟତଃ ଧାନଚାଷ କରାଯାଉଥିବା ବେଳେ ଅଧିକ ୟୁରିଆ ସାରର ଆବଶ୍ୟକତା ରହିଛି ।

ରାଜ୍ୟ ସରକାରଙ୍କ ତରଫରୁ ଇଫକୋ, ଆରସିଏଫ, ଏନ୍‌ଏଲଏଫ ଆଦି ସାର କମ୍ପାନୀଗୁଡ଼ିକ ନିଜସ୍ୱ ଉତ୍ପାଦିତ ସାର ଯୋଗାଇଦେବା ପାଇଁ ଅନୁରୋଧ କରାଯାଇଥିବା ବେଳେ ରାଜ୍ୟକୁ ବିଦେଶରୁ ଆମଦାନୀ ହେଉଥିବା ୟୁରିଆ ସାର ଉପଲବ୍ଧ ହୋଇନାହିଁ ବୋଲି ମନ୍ତ୍ରୀ ଡଃ ସାହୁ କହିଥିଲେ । ଏହି ପରିପ୍ରେକ୍ଷୀରେ ରାଜ୍ୟକୁ ଇଣ୍ଡିଆନ ପଟାସ ଲିମିଟେଡ ପକ୍ଷରୁ ବିଦେଶରୁ ଆମଦାନୀ ହେଉଥିବା ୟୁରିଆ ସାର ଯୋଗାଇଦେବା ପାଇଁ ମନ୍ତ୍ରୀ ଡଃ ସାହୁ ଅନୁରୋଧ କରିଥିଲେ । ରାଜ୍ୟରେ ୟୁରିଆ ସାର ଖୁଚୁରା ବିକ୍ରୟକୁ କ୍ୟାସ୍‌ଲେସ୍‌ ଓ ଡିଜିଟାଲ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି । ଅଦ୍ୟାବଧି ୧୦୦୦ଟି ଖୁଚୁରା ସାର ବିକ୍ରୟ କେନ୍ଦ୍ରକୁ ଡ଼ିଜିଟାଲ କରାଯାଇଛି ବୋଲି ମନ୍ତ୍ରୀ ଡଃ ସାହୁ କହିଥିଲେ । ବୈଠକରେ ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ, ବିଭାଗର ପ୍ରମୁଖ ଶାସନ ସଚିବ ଡଃ ସୌରଭ ଗର୍ଗ, କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଡଃ ଏମ୍‌. ମୁଥୁକୁମାର ଯୋଗଦେଇଥିଲେ ।