Odia News Portal

ରାଜନିତୀ ନକରି ତଥ୍ୟ ଦେଖି ମନ୍ତବ୍ୟ ଦିଅନ୍ତୁ ସାଂସଦ

ଭୁବନେଶ୍ୱର()  ଧଉଳି ଶାନ୍ତିସ୍ତୁପର ମରାମତିକୁ ନେଇ ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଚିଠିର ଉତ୍ତର ରଖିଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା। ସେ କହିଛନ୍ତି ଜଣେ ଦାୟିତ୍ୱ ସମ୍ପର୍ଣ୍ଣ ସାଂସଦ ନଥିପତ୍ର ଦେଖିକି ଟିକେ ମନ୍ତବ୍ୟ ଦିଅନ୍ତୁ । ୟୁପିଏ ସରକାର ସମୟ ରେ ୫ କୋଟି ଟଙ୍କା ଆସିଥିଲା , ଏନଡିଏ ସରକାର ସମୟରେ ଆସିନଥିଲା ,ଆଉ ସେଇ ପଇସାରେ ପିସ୍ ପାର୍କ, ରାସ୍ତା, ଘାଟ ନିର୍ମିତ ହୋଇଛି । ୫ କୋଟି ହେରଫେର ହୋଇନି ,ଏଭଳି ଅଭିଯୋଗ ଅମୂଳକ,ଅବାସ୍ତବ ଏବଂ ଭିତୀହୀନ । ଧଉଳିରେ ରାଜ୍ୟ ସରାରଙ୍କ ଷ୍ଟେଟ ପ୍ଲାନରୁ ହୋଇଛି ଷ୍ଟ୍ରୀଟ ଲାଇଟ୍, ଧଉଳି ବ୍ରିଜ , ଘାଟ .ଏହା ସହ ପାର୍ବତୀ ସାଗର ପୋଖରୀର ପାଖରେ ପର୍ଯ୍ୟଟକଙ୍କ ରହଣି ବ୍ୟବସ୍ଥା କରାଯାଇଛି । ଧଉଳିରେ ବିଭିନ୍ନ ସମୟରେ ହେଉଥିବା ଦୁର୍ଘଟଣାକୁ ରୋକିବା ପାଇଁ ଟୁରିଜିମ୍ ବିଭାଗ ତରଫରୁ ୧୨ଟି ଟେମ୍ପୋ ଟ୍ରାଭେଲ ବସର ଆରମ୍ଭ କରାଯାଇଛି। ପଇସା ହେରଫେର ହୋଇନାହିଁ , ଧଉଳିରେ ଥିବା କଳିଙ୍ଗ ନିପନ ବୁଦ୍ଧ ସଂଘ ବର୍ତ୍ତମାନ ସମ୍ପୁର୍ଣ୍ମ ନିଷ୍କ୍ରିୟ । ଧଉଳି ଶନ୍ତିସ୍ତୁପକୁ ନେଇ ରାଜନିତୀ କରାନଯାଉ , ଷ୍ଟେଟ ପ୍ଲାନରୁ ୫କୋଟି ଦେଇ ଧଉଳିରେ ଲାଇଟଆଣ୍ଡ ସାଉଣ୍ଡବ୍ୟବସ୍ଥା କରାଯାଇଛି . ଖାଲି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଦେଲେ ହେବନି ବରଂ ତଥ୍ୟ ଦେଖି କଥା କୁହନ୍ତୁ ମାନ୍ୟବର ସାଂସଦ । ୨୦୧୫ ରେ ଡିିଡିସି ଧଉଳିର ମରମତି କରିବା ପାଇଁ କଳିଙ୍ଗ ନିପନ ବୁଦ୍ଧ ସଂଗଠନକୁ ପ୍ରସ୍ତାବ ଦିଆଯାଇଥିଲା ମାତ୍ର ସେମାନେ ସହମତି ପ୍ରକାଶ କରିନଥିଲେ, କିନ୍ତୁ ବର୍ତ୍ତମାନ ଶାନ୍ତିସ୍ତୁପକୁ ନେଇ ରାଜନିତୀ କରାଯାଉଛି, ଏହାକୁ ନେଇ ଆଉ ରାଜନିତୀ କରାନଯାଉ ।