ଅଶୋକ ସାହୁଙ୍କ ପରଲୋକ By swadhikarnews Last updated Sep 17, 2020 ଭୁବନେଶ୍ୱର() ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ଆଇପିଏସ ଅଶୋକ ସାହୁଙ୍କର ପରଲୋକ ହୋଇଯାଇଛି ।ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ହୋଇଥିଲା । ତେବେ ବିଜେପି ନେତା ଅଶୋକ ସାହୁ ଗତ କିଛି ଦିନ ହେବ ଅସୁସ୍ଥ ଥିବାରୁ ଚିକିତ୍ସିତ ହେଉଥିଲେ । ଜଣେ ଫାୟାର ବ୍ରାଣ୍ଡ ନେତା ଭାବେ ସେ ପରିଚିତି ହାସଲ କରିଥିଲେ । ଦୁଇ ଦୁଇ ଥର ସେ ସାଂସଦ ପ୍ରାର୍ଥୀ ହୋଇଥିଲେବି ପରାସ୍ତ ହୋଇଥିଲେ । ଆସାମ କ୍ୟାଡ଼ର ଆଇପିଏସ ଅଫିସର ଭାବେ ସେ କାର୍ଯ୍ୟ କରିଥିଲେ । ତେବେ ସ୍ୱେଚ୍ଛାକୃତ ଅବସର ନେବା ପରେ ସେ ବିଜେପିରେ ଯୋଗଦେଇ ରାଜନୀତିରେ ସକି୍ରୟ ହୋଇଥିଲେ । ରାଜ୍ୟ ବିଜେପିର ଉପସଭାପତି ଓ ମୁଖ୍ୟ ମୁଖପାତ୍ର ଭାବେ ମଧ୍ୟ କାର୍ଯ୍ୟ କରିଥିଲେ । ସମ୍ବେଦନଶୀଳ କନ୍ଧମାଳ ଲୋକସଭା ଆସନରୁ ସେ ୨୦୦୯ରେ ପ୍ରାର୍ଥୀ ହୋଇଥିଲେ । ୨୦୧୪ରେ ସେ ପୁରୀ ଲୋକସଭା ଆସନରୁ ପ୍ରାର୍ଥୀ ମଧ୍ୟ ହୋଇଥିଲେ । Ashok sahoo Share