Odia News Portal

ଖୁବଶୀଘ୍ର ରାଜ୍ୟରେ ହେବ ଆଉ ୩ଟି ମେଡିକାଲ କଲେଜ

ଭୁବନେଶ୍ୱର()  ଖୁବଶୀଘ୍ର ତାଳଚେର, ସୁନ୍ଦରଗଡ଼ ଓ ପୁରୀରେ ହେବାକୁ ଯାଉଛି ୩ଟି ମେଡିକାଲ କଲେଜ । ୩ଟି ମେଡିକାଲ କଲେଜର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । ପ୍ରତି ମେଡିକାଲ କଲେଜରେ ରହିବ ୧୦୦ଟି ଲେଖାଏଁ ସିଟ୍‌ । ତାଳଚେରରେ MCLର ସହଯୋଗରେ ମେଡିକାଲ କଲେଜ ହେଉଛି । ବିନା ଲାଭ-କ୍ଷତିରେ ଟ୍ରଷ୍ଟ ଦ୍ବାରା ଚାଲିବ ତାଳଚେର ମେଡିକାଲ କଲେଜ । ଡିସେମ୍ବର ସୁଦ୍ଧା ଭିତ୍ତିଭୂମି ନିର୍ମାଣ କାମ ସାରିବାକୁ ନିର୍ଦେଶ । ପୁରୀରେ ୨୦୨୧-୨୨ ଶିକ୍ଷାବର୍ଷରୁ ପାଠପଢ଼ା ଆରମ୍ଭ ହେବ ।

ଅନ୍ୟପଟେ ସୁନ୍ଦରଗଡ଼ରେ NTPC ସହାୟତାରେ ମେଡିକାଲ କଲେଜ ହେବ । ଆସନ୍ତା ଶିକ୍ଷାବର୍ଷରୁ ପାଠପଢ଼ା ପାଇଁ MCIର ଅନୁମତି ଲୋଡ଼ିବେ ସରକାର ।