Odia News Portal

ଶୋକ ପ୍ରସ୍ତାବ ଆଗତ ପରେ ଅପରାହ୍ନ ୩ ଯାଏଁ ମୁଲତବୀ

ଭୁବନେଶ୍ୱର()  ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଧର୍ମପତ୍ନୀ ସୁଶୀଳା ଦେବୀଙ୍କର ବିୟୋଗରେ ଗୃହରେ ଶୋକ ପ୍ରସ୍ତାବ ଆଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶୋକ ପ୍ରସ୍ତାବକୁ ସମର୍ଥନ କରିଛନ୍ତି ବିରୋଧୀ ଓ ଅନ୍ୟ ଦଳର ନେତା । ଏନେଇ ଗୃହରେ ୨ ମିନିଟ୍ ନିରବ ପ୍ରାର୍ଥନା ହୋଇଛି । ନିରବ ପ୍ରାର୍ଥନା ପରେ ଗୃହ ଅପରାହ୍ନ ୩ ଯାଏଁ ମୁଲତବୀ ହୋଇଛି । ଗୃହ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ।