Odia News Portal

ରାଜ୍ୟବାସୀଙ୍କ ଦୁଃଖ ସୁଖର ସାଥି ପ୍ରଣବ

ଭୁବନେଶ୍ୱର: ପ୍ରଣବ ପ୍ରକାଶ ଦାସ।ରାଜ୍ୟ ବିଜେଡି ସଙ୍ଗଠନ ସମ୍ପାଦକ।କାହିଁକି ତାଙ୍କୁ ନବୀନ ପଟ୍ଟନାୟକ ଏମିତି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଲେ। ତାହା ପୁଣି ମାତ୍ର ୩ ଥରର ବିଧାୟକଙ୍କୁ ।ଏହା ପଛରେ ରହସ୍ୟ କଣ? ଅନେକଙ୍କ ମନରେ ଏହି ପ୍ରଶ୍ନ ରହିବା ସ୍ୱାଭାବିକ। ହେଲେ ଏହାର ଉତ୍ତର ହେଲା ପ୍ରାଣବଙ୍କ କାର୍ଯ୍ୟ ଦକ୍ଷତା । ମୁଖ୍ୟମନ୍ତ୍ରୀଙ୍କ ପରି ସବୁବେଳେ ରାଜ୍ୟବାସୀଙ୍କ ଦୁଃଖ ସୁଖର ସାଥି ସେ।କେବଳ ରାଜଧାନୀ ନୁହେଁ ଗାଁକୁ ଯାଇ କି ଲୋକଙ୍କ ସମସ୍ୟା ବୁଝନ୍ତି।ଏବଂ ସ୍ଥାନୀୟ ନେତାଙ୍କ ସହ ଆଲୋଚନା ମଧ୍ୟ କରନ୍ତି।କିପରି ଲୋକଙ୍କୁ ସାହାର୍ଯ୍ୟ ସହଯୋଗ ଯୋଗାଇ ଦିଆଯିବ ତାକୁ ପ୍ରାଥମିକତା ଦିଅନ୍ତି ପ୍ରଣବ।ଲୋକସେବା କରିବାକୁ ଯେମିତି ପଣ କରିଛନ୍ତି ପ୍ରଣବ।

ସେବା ହିଁ ମାନବିକତା ମନ୍ତ୍ରକୁ ପାଥେୟ କରି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ସବୁବେଳେ ଲୋକଙ୍କ ସେବାରେ ଲାଗିଛନ୍ତି ।ସେ କୋରାପୁଟ ହେଉ ବା ମୟୁରଭଞ୍ଜ ।ସେ ଯାଜପୁର ହେଉ ଅବା ଭୁବନେଶ୍ୱର।ସବୁଠି ଲୋକଙ୍କ ସହ ସେ ଛିଡା ହୁଅନ୍ତି।ଅମ୍ପାନ ବାତ୍ୟା ଆଜି ଚାଲିଯାଇଛି।ହେଲେ ଉଜାଡ଼ି ଦେଇଛି ଅନେକଙ୍କ ସଂସାର। କାହାର ଘର ଭାଙ୍ଗିଯାଇଛି ତ କାହାର ଫସଲ ଉଜାଡ଼ି ଦେଇଛି।ବାତ୍ୟାର ପ୍ରଭାବ ରାଜ୍ୟର ବାଲେଶ୍ଵର ଜିଲ୍ଲାରେ ଅଧିକ ପଡିଥିଲା।ଆଉ ମୟୁରଭଞ୍ଜରେ ଏହାର ଆଂଶିକ ପ୍ରଭଵ ମଧ୍ୟ ପଡ଼ିଥିଲା। ସେଠାକାର ସରଳ ଆଦିବାସୀମାନେ କିପରି ସରକାରୀ ସହାୟତା ପାଇବେ ।

ସେଥିପାଇଁ ଅଣ୍ଟା ଭିଡିଛନ୍ତି ଖୋଦ ପ୍ରଣବ।ନିଜେ ଗ୍ରାଉଡ଼କୁ ଯାଇଛନ୍ତି।ସେ ମୋରଡା, ରାସଗୋବିନ୍ଦପୁର, ବେତନଟୀ, ବଡ଼ସାହି, ଜିବିନଗର, କପ୍ତିପଦା ପରିଦର୍ଶନ କରିବା ସହିତ ବାତ୍ୟା ରେ କ୍ଷତିଗ୍ରସ୍ତ ଲୋକଙ୍କ ଦୁଃଖ ବୁଝିଥିବା ବେଳେ ସେମାନେ କିପରି ସରକାରୀ ସୁବିଧା ସୁଯୋଗ ପାଇବେ ଏହାର ତଦାରଖ କରିବା ପାଇଁ ସ୍ଥାନୀୟ ବିଜୁଜନତା ଦଳର ନେତା ଓ କର୍ମୀମାନଙ୍କୁ ପରାମର୍ଶ ଦେଇଛନ୍ତି।କେବଳ ମୟୁରଭଞ୍ଜ ନୁହେଁ ବାଲେଶ୍ଵର, ଯାଜପୁର, ଭଦ୍ରକ ଅଂଚଳକୁ ପ୍ରଣବ ମଧ୍ୟ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି।