Odia News Portal

ଧାର୍ଯ୍ୟ ସମୟର ୩୫ ମିନିଟ ପୂର୍ବରୁ ରଥଟଣା ଆରମ୍ଭ

ପୁରୀ()  ବାହୁଡ଼ାରେ ମହାପ୍ରଭୁଙ୍କ ରଥଟଣା ଆରମ୍ଭ ହୋଇଛି ।  ୧୧ଟା ୨୫ରେ ଗଡ଼ିଲା ବଡ଼ ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ।  ଧାର୍ଯ୍ୟ ସମୟର ୩୫ ମିନିଟ ପୂର୍ବରୁ ରଥଟଣା ଆରମ୍ଭ ହୋଇଛି ।  ୯ଦିନ ଧରି ମାଉସୀ ଘରେ ରହିବା ପରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଭଉଣୀ ସୁଭଦ୍ରା ଏବଂ ବଡ଼ ଭାଇ ବଳଭଦ୍ରଙ୍କୁ ସାଙ୍ଗରେ ଧରି ଆଜି ରତ୍ନବେଦୀକୁ ବାହୁଡ଼ିବେ।

ବୁଧବାର ବାହୁଡ଼ାଯାତ୍ରା ଅବସରରେ ପ୍ରଥମେ  ମହାପ୍ରଭୁଙ୍କ ପହଣ୍ଡି ଶେଷ ହୋଇଥିଲା ।

ପ୍ରଥମେ ଶ୍ରୀ ସୁଦର୍ଶନ, ପରେ ବଳଭଦ୍ର, ସୁଭଦ୍ରା ଏବଂ ଶେଷରେ ଶ୍ରୀଜଗନ୍ନାଥ ପହଣ୍ଡିରେ ଆସି ରଥକୁ ବିଜେ  ହୋଇଥିଲେ ।

ସକାଳ ସାଢ଼େ ୯ଟା ସୁଦ୍ଧା ପହଣ୍ଡି ଶେଷ ହେବା ପରେ ଶରଧାବାଲିରେ ରଥାରୂଢ଼  ହୋଇଥିଲେ  ତିନି ଠାକୁର। ଏହା ପରେ ରଥରେ ମହାପ୍ରଭୁଙ୍କ ରୀତିନୀତି ସମ୍ପନ୍ନ ହୋଇଥିଲା। ଗଜପତି ମହାରାଜା ଦିବ୍ୟସିଂହ ଦେବ ରଥକୁ ଆସି ଛେରାପହଁରା କରିବା ପରେ ବଡ଼ଦାଣ୍ଡରେ ଗଡ଼ିଛି ତିନି ରଥ।