Odia News Portal

ବାଲିଯାତ୍ରାକୁ ଆର୍ଥିକ ସହାୟତା ଯୋଗାଇଦେବ ନଗର ଉନ୍ନୟନ୍ନ ଓ ସଂସ୍କୃତି ବିଭାଗ

କଟକ () କଟକ ଜିଲ୍ଲାର ପ୍ରଶାସନର ସମସ୍ତ ଦାବିକୁ ସରକାର ମାନିନେଇଛନ୍ତି । ଏଣିକି ବାଲିଯାତ୍ରାକୁ ନଗର ଉନ୍ନୟନ ବିଭାଗ ଓ ସଂସ୍କୃତି ବିଭାଗ ପକ୍ଷରୁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ । ରାଜ୍ୟଲୋକସେବା ଭବନରେ ବୈଠକ ପରେ ଏଭଳି ନିଷ୍ପତି ହୋଇଛି ।

ଐତିହାସିକ ବାଲିଯାତ୍ରାକୁ ଜାତୀୟ ମାନ୍ୟତା ମିଳିବା ଲାଗି ମୁଖ୍ୟମନ୍ତ୍ରୀଙ୍କ ସହାୟତା ଲୋଡିଥିଲେ ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମ ।

ପୁରୀ ରଥଯାତ୍ରା ପରେ ଏହା ଦ୍ବିତୀୟ ଉତ୍ସବ ହୋଇଥିବାରୁ ଏହାକୁ ଜାତୀୟ ମାନ୍ୟତା ମିଳିବା ସହ ରାଜ୍ୟ ସାଂସ୍କୃତିକ ସୂଚୀରେ ଏହା ସ୍ଥାନ ପାଇବା ଜରୁରୀ ବୋଲି ଚିଠି ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ ବାରବାଟୀ-କଟକ ବିଧାୟକ । ଏଥର ୮ ଦିନ ଧରି ଚାଲିବ କଟକର ଐତିହାସିକ ବାଲିଯାତ୍ରା। ନଭେମ୍ବର ୧୨ରୁ ୧୯ ତାରିଖ ପର୍ୟ୍ୟନ୍ତ ଚାଲିବ।