Odia News Portal

କାଲିଠାରୁ ଆରମ୍ଭ ବାଲିଯାତ୍ରା

କଟକ() ଆସନ୍ତାକାଲି ଠାରୁ ଆରମ୍ଭ ହେବ ଐତିହାସିକ ବାଲିଯାତ୍ରା ।ବାଲିଯାତ୍ରା ରାଜ୍ୟର ଉତ୍ସବ ମାନ୍ୟତା ପାଇବାପରେ ଜିଲା ପ୍ରଶାସନ, କଟକ ମହାନଗର ନିଗମ ଓ ଜିଲା ସଂସ୍କୃତି ବିଭାଗ ପକ୍ଷରୁ ଏଥର ବାଲିଯାତ୍ରାରେ ବହୁ ନୂତନ ଯୋଜନା ହାତକୁ ନିଆଯାଇଛି।

ଚଳିବ ବର୍ଷ ବାଲିଯାତ୍ରାରେ ୪ଟି ମଣ୍ଡପରେ ସାଂସ୍କୃତିକ କାର୍ୟ୍ୟକ୍ରମ ପରିବେଷଣ କରାଯିବ। ବାଲିଯାତ୍ରାରେ କଟକ ପୁଲିସ ପ୍ରଶାସନ ପକ୍ଷରୁ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ସେହିପରି ପଡିଆରେ ସାଧା ପୋଷାକଧାରୀ ପୁଲିସ, ର୍ୟାପିଡ୍ ଆକ୍ସନ ଫୋର୍ସ ମଧ୍ୟ ମୁତୟନ ହେବେ ବୋଲି କଟକ ଡି.ସି.ପି. ଅଖିଳେଶ୍ୱର ସିଂହ କହିଛନ୍ତି। ବାଲିଯାତ୍ରା ପଡିଆରେ ପଲିଥିନ ସମ୍ପୂର୍ଣ୍ଣ ବନ୍ଦ କରାଯିବ। ଏହି ଯାତ୍ରା ୧୯ ତାରିଖ ପର୍ୟ୍ୟନ୍ତ ଚାଲିବ।