Odia News Portal

ଆଜିଠାରୁ ଆରମ୍ଭ ବାଲିଯାତ୍ରା

କଟକ() ଆଜିଠାରୁ ଆରମ୍ଭ ହେଲା ଐତିହାସିକ ବାଲିଯାତ୍ରା । ଚଳିବ ବର୍ଷ ୮ଦିନ ଧରି ଚାଲିବାକୁ ଥିବା ଏହି ସର୍ବବୃହତ ବାଣିଜ୍ୟିକ ମହାକୁମ୍ଭ ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ୟ୍ୟାୟରେ ପହଞ୍ଚିଛି।

ଆଜି ସନ୍ଧ୍ୟାରେ ବାଚସ୍ପତି ସୂର୍ୟ୍ୟ ନାରାୟଣ ପାତ୍ର ଆନୁଷ୍ଠାନିକ ଭାବେ ଏହାକୁ ଉଦଘାଟନ୍ କରିବାର କାର୍ୟ୍ୟକ୍ରମ ରହିଛି। ବାଲିଯାତ୍ରାକୁ ଏଥର ରାଜ୍ୟସ୍ତରୀୟ ମେଳାର ମାନ୍ୟତା ମିଳିଥିବାରୁ ଏ ବର୍ଷ ଯାତ୍ରା ଆୟୋଜନକୁ ଅଧିକ ସରସ ସୁନ୍ଦର କରିବାକୁ ଲାଗି ପଡ଼ିଛି କଟକ ଜିଲ୍ଲା ପ୍ରଶାସନ।ବାଲିଯାତ୍ରା ପାଇଁ କମିଶନରେଟ ପୁଲିସ୍ ପକ୍ଷରୁ ଯାନବାହନ ଉପରେ କଟକଣା କରାଯାଇଛି।