Odia News Portal

ବଡଦାଣ୍ଡରେ କରୋନା ଯୋଦ୍ଧାଙ୍କୁ ସମ୍ମାନ

ଭୁବନେଶ୍ବର() କରୋନା ଯୋଦ୍ଧାଙ୍କୁ ସମ୍ମାନ ଦେବାକୁ ଏକାଠି ହେଲେ ଓଡ଼ିଆ ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ ପରେ ସଂଧ୍ୟା ସାଢ଼େ ୫ଟାରେ ଓଡ଼ିଶାର କୋଣଅନୂକୋଣରେ ଗୁଞ୍ଜରିତ ହେଲା ବନ୍ଦେ ଉତ୍କକ ଜନନୀ । ରାଜ୍ୟ ଭିତରେ ଓ ବାହାରେ ରହୁଥିବା ସବୁ ଓଡ଼ିଆ ଏକାଠି ହୋଇ ଆଦ୍ୟ ସଂଗୀତକୁ ଏକାଠି ହୋଇ ଗାଇଛନ୍ତି । ପୂର୍ବ ନିଦ୍ଧାରିତ ସମୟ ମୂତାବକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବୀନ ନିବାସରେ ଠିକ୍ ସାଢ଼େ ୫ଟାରେ ବନ୍ଦେ ଉତ୍କଳ ଜନନୀ ଗାଇଛନ୍ତି ।

ଏହି କ୍ରମରେ ପୁରୀ ବଡଦାଣ୍ଡରେ କରୋନା ଯୋଦ୍ଧାଙ୍କ ତ୍ୟାଗ ଓ ସମର୍ପଣକୁ ସମ୍ମାନ ଜଣାଇ ବନ୍ଦେ ଉତ୍କଳ ଜନନୀ ସଙ୍ଗୀନ ଗାନ କରାଯାଇଥିଲା । ସାମାଜିକ ଦୂରତା ସହ ଶହ ଶହ ଲୋକ ଏହି ଉତ୍ସବରେ ସାମିଲ ହୋଇଥିଲେ ।