Odia News Portal

ଓଲଟି ପଡ଼ିଲା ବସ୍‌ : ୧୦ ଆହତ

ବଣାଇ: ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ଥାନା ଅନ୍ତର୍ଗତ ଲୁଥୁରବା ନିକଟରେ ଏକ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍‌ଟି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିବା ଫଳରେ ୧୦ ଜଣ ଆହତ ହୋଇଛନ୍ତି। ଆଜି ଭୋର ସମୟରେ ଏହି ଦୁର୍ଘଟଣା ଘଟିଛି। ଏ-ୱାନ୍‌ ନାମକ ଏହି ବସ୍‌ଟି ଭୁବନେଶ୍ୱରରୁ ବଣାଇ ଆସୁଥିଲା। ବସ୍‌ଟି ବଣାଇରେ ଯାତ୍ରୀଙ୍କୁ ଓହ୍ଲାଇ ୧୪୩ ନମ୍ବର ଜାତୀୟ ରାଜପଥରେ ଗୋପନା ଅଭିମୁଖେ ଯାଉଥିବା ବେଳେ ଭୋର ପ୍ରାୟ ସାଢ଼େ ୪ଟା ବେଳେ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା। ବଣାଇ ଶେଷ ଷ୍ଟପେଜ୍ ହୋଇଥିବାରୁ ବସ୍‌ରେ ଅଳ୍ପ ଯାତ୍ରୀ ଥିଲେ ବୋଲି ସୂଚନା ମିଳିଛି।

ପ୍ରବଳ କୁହୁଡ଼ି ଯୋଗୁ ବସ୍‌ଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡ଼ିଛି।