ଭଦ୍ରକ: ପାଇଖାନାର କବାଟର ବନ୍ଧ, ବିଜୁ ବାବୁଙ୍କ ମୁଣ୍ଡରେ ଲାଗିଲା । ବିଜୁ ବାବୁ କହିଲେ , କବାଟର ହାଇଟ ବଢାଇ ଦେବ । ଆଉ ତା ପରେ କାନ୍ଥକୁ ଭାଙ୍ଗି , ବନ୍ଧ ହାଇଟ କରାଗଲା । ଏମିତି କିଛି ସ୍ମୃତିକୁ ସାଇତି ରଖିଛନ୍ତି ଭଦ୍ରକ ସାଳନ୍ଦୀ ଆଇ.ବି.ର କର୍ମଚାରୀ ସୁଧୀର ପ୍ରଧାନ । ଭଦ୍ରକ ବାଇପାସରେ ଥିବା ସାଳନ୍ଦୀ ନିବାସରେ ଅନେକ ଥର ରହିଛନ୍ତି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ । ୧୯୯୦ରେ ବିଜୁ ବାବୁ ପୁଣି ମୂଖ୍ୟମନ୍ତ୍ରୀ ହେବା ପରେ , ଭଦ୍ରକ ଆସିଥିଲେ । ଆଉ ସେ ଭଦ୍ରକ ଆସିଲେ , ସାଳନ୍ଦୀ ନିବାସରେ ଟିକେ ବିଶ୍ରାମ ନିଅନ୍ତି । ବିଶ୍ରାମ ନେବା ସମୟରେ ବିଜୁ ବାବୁ ପାଇଖାନାକୁ ଯାଇଥିଲେ । ପାଇଖାନାର କବାଟ ବିଜୁ ବାବୁଙ୍କ ମୁଣ୍ଡରେ ବାଜିଥିଲା , ତବେ ସେ ବିରକ୍ତ ହୋଇ ନଥିଲେ । ବରଂ କହିଥିଲେ- ବନ୍ଧକୁ ଆଉ ଟିକେ ହାଇଟ୍ କରିଦେବ । ମୁଣ୍ଡ ନଇଁକି ସେ ପାଇଖାନାକୁ ଗଲେ । ବନ୍ଧକୁ ହାଇଟ୍ କରିଦେବାକୁ କହି ଦେଇ, ବିଜୁ ବାବୁ ଭୁବନେଶ୍ବର ଚାଲିଗଲେ ।