Odia News Portal

କଟକଣା ନମାନି ଶ୍ରୀଗୁଣ୍ଡିଚା ମନ୍ଦିରରେ ପଶିଗଲେ ୨ ଭକ୍ତ, ଥାନାରେ ଅଟକ

ପୁରୀ() ପୁରୀ ଶ୍ରୀଗୁଣ୍ଡିଚା ମନ୍ଦିରରେ କଟକଣା ସତ୍ତ୍ୱେ ଦୁଇ ଜଣ ଭକ୍ତ ପ୍ରବେଶ କରିଥିବା ନେଇ ସୂଚନା ମିଳିଛି । ମଙ୍ଗଳା ଆଳତୀ ବେଳେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ଭକ୍ତ । ସେବାୟତଙ୍କ ବିରୋଧ ପରେ ପ୍ରବେଶ କରିଥିବା ଦୁଇ ଭକ୍ତଙ୍କୁ ଥାନାରେ ଅଟକ ରଖାଯାଇଛି । ଦୁଇ ଭକ୍ତଙ୍କୁ କୁମ୍ଭାରପଡ଼ା ପୋଲିସରେ ଜିମା ଦିଆଯାଇଛି । ଦୁଇ ଜଣ ଭକ୍ତ କୁମ୍ଭାରପଡ଼ା ଓ ମାର୍କଣ୍ଡେଶ୍ୱର ସାହିର ବାସିନ୍ଦା ହୋଇଥିବା ଜଣାପଡ଼ିଛି । ମନ୍ଦିରରେ ପ୍ରବେଶ କରିଥିବା ଦୁଇ ଭକ୍ତଙ୍କ ନାମ ଅଭିଜିତ ମହାନ୍ତି ଓ ସ୍ମୃତି ରଞ୍ଜନ ମହାନ୍ତି ।