ଭୁବନେଶ୍ୱର : ଭୁବନେଶ୍ୱର ବାଣୀବିହାର ଓ ଆଚାର୍ଯ୍ୟବିହାର ଛକରେ ଟ୍ରାଫିକ ଭିଡ଼ କମାଇବାକୁ ନୂଆ ବ୍ୟବସ୍ଥା । ଏଣିକି ବାଣୀବିହାର ଓ ଆଚାର୍ଯ୍ୟବିହାରରେ ନାଇଟ କୋଚ୍ରେ ଯାତ୍ରା କରୁଥିବା ଯାତ୍ରୀମାନେ ବାଣୀବିହାର ସତସଙ୍ଗ ବିହାର ଠାରୁ ବସରେ ଯାତ୍ରା କରିବେ ।
ଭୁବନେଶ୍ୱର ଟ୍ରାଫିକ ପୋଲିସ ପକ୍ଷରୁ ଏନେଇ ବାଣୀବିହାରରେ ଏକ ବସ୍ ବାୟ ବା ବସ୍ ଷ୍ଟପର ବ୍ୟବସ୍ଥା କରାଯିବ । ଭୁବନେଶ୍ୱର ଟ୍ରାଫିକ ଅତିରିକ୍ତ ଡିସିପି ଅମରେଶ ପଣ୍ଡା ଓ ଭୁବନେଶ୍ୱର ବସ ଆସୋସିଏସନର ସାଧାରଣ ସମ୍ପାଦକ ବରଦା ଆଚାର୍ଯ୍ୟ ଉପସ୍ଥିତ ରହି ଏ ବାବଦରେ ବସ ଡ୍ରାଇଭରଙ୍କୁ ଅବଗତ କରାଇଥିଲେ ।
