ବାଲେଶ୍ବର : ଦର୍ଘ ପଡ଼ିଆ ନିକଟରେ ରହୁଥିବା ସେକ ପିରୁ ଓ ତାଙ୍କର ସ୍ତ୍ରୀ ହୁସୁନାତୁନ୍ ବିବି ସେମାନଙ୍କ ଷଷ୍ଠ ଗର୍ଭର ପୁତ୍ର ସନ୍ତାନକୁ ୨୫ହଜାର ଟଙ୍କାରେ ବିକ୍ରି କରିଦେଇଥିବା ସ୍ବୀକାର କରିଛନ୍ତି। ଏହା ପୂର୍ବରୁ ସେମାନେ ତାଙ୍କର ଆହୁରି ୨ଟି ପୁତ୍ର ସନ୍ତାନକୁ ବିକ୍ରି କରିଦେଇଥିଲେ ବୋଲି ଆଲୋଚନା ହେଉଛି ।
ଆଜି ସେମାନେ ଯେଉଁ ପିଲାଟିକୁ ବିକ୍ରି କଲେ ସେ ୮ଦିନର ଥିଲା। ଦାରିଦ୍ର୍ୟ ପାଇଁ ସେମାନେ ପିଲାଟିକୁ ବିକ୍ରି କରିଦେଇଥିବା କହୁଥିଲେ ମଧ୍ୟ ସେମାନଙ୍କ ପରିବାରର ଅନ୍ୟ ସଦସ୍ୟମାନେ ଏହା ଦାରିଦ୍ର୍ୟ ପାଇଁ ନୁହେଁ ବୋଲି କହିଛନ୍ତି । ପରିବାରର ଅନ୍ୟ ସଦସ୍ୟମାନେ ଏହି ଛୁଆ ବିକ୍ରିକୁ ବିରୋଧ କରିଛନ୍ତି । ସମସ୍ତଙ୍କ ଅଗୋଚରରେ ଛୁଆ ବିକ୍ରି ହୋଇଥିବା କହିଛନ୍ତି ।
ପିଲା ଜନ୍ମ ହେବାର ୨ମାସ ପୂର୍ବରୁ ସେମାନେ ଫୁଲ ବଜାରର କୁଟନ ନିକଟରୁ ୭ହଜାର ଟଙ୍କା ଆଣିଥିଲେ। ଆଜି କୁଟନ ୧୩ହଜାର ଟଙ୍କା ଦେଇ ପିଲାଟିକୁ ନେଇ ଯାଇଥିଲା ।
