ଯାଜପୁର ରୋଡ : ଏକ ସମୟ ଥିଲା ଭଗବାନ୍ ତାର ସୁଖଦୁଃଖ ସଂସାରରେ ଭଲରେ ଥିଲା । ଦୃର୍ଭାଗ୍ୟର ଦୃଶ୍ୟପଟ ସମୟ ତାପରିବାରକୁ ଛାର୍ଖାର୍ କରିଦେଇଛି ତାହାର ଦୁଇଟି ଗୋଡ ଅକାମି ହୋଇଯାଇଛି । ପୁଅ ଛୋଟ ଅବସ୍ଥାରେ କେଉଁଆଡେ ଚାଲିଯାଇଥିବା ବେଳେ ସ୍ତ୍ରୀ ଦୁଇବର୍ଷ ତଳେ ଆରପାରିକୁ ଚାଲି ଯାଇଛନ୍ତି । ଏବେ ଟ୍ରାଇ ସାଇକେଲ ଦ୍ୱାରା ଭିକ୍ଷା ବୃର୍ତିରେ ଭୋଉଣି ସାଜିଛନ୍ତି ତାଙ୍କ ଜିବନର ସାହାଭରଷା ।
ଏପରି ଦୃଶ୍ୟମାନ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ବ୍ୟାସନଗର ପୈାରାଂଚଳର ୱାର୍ଡ ନଂ-୨ ପନାସିଆ ସାହିରେ । ଯାଜପୁର ରୋଡ ସହର ଅଂଚଳକୁ ୩୦ବର୍ଷ ପୂର୍ବରୁ ବେସାହାରା ଭଗବାନ ନାୟକ(୫୫) କାମଧନ୍ଦା ଆଶାରେ ଆସି ପନାସିଆ ସାହିର ଥିବା ସରକାରୀ ଯାଗାରେ ଏକଝୁମ୍ପଡି ଘରକରି ତାଙ୍କର ପରିବାର ପ୍ରତିପୋଷଣ କରୁଥିଲେ । ତାଙ୍କଭାଗ୍ୟରେ ଦୁଷ୍ଟଦୁଃଖର ବାଦଲ୍ ଦେଖାଦେଲା । ରେଲୁୱେ ଷ୍ଟେସନ୍ରେ ୪ବର୍ଷତଳେ ଟ୍ରେନ ଚଢିବା ସମୟରେ ଟ୍ରେନରୁ ଖସିପଡିବା ଦ୍ୱାରା ତାଙ୍କର ଦୁଇଟି ଗୋଡଭାଙ୍ଗି ଯାଇଥିଲା ।
ସେବାକାରୀ ବ୍ୟକ୍ତିମାନେ ପ୍ଲାଟଫର୍ମରୁ ଉଦ୍ଧାରକରି ଯାଜପୁର ରୋଡ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ପହଂଚାଇଥିଲେ । ଉଚ୍ଚସ୍ତରୀୟ ଚିକିତ୍ସାପାଇଁ ସମ୍ବଳହୀନ ଜିବନ ଚିକିତ୍ସାପାଇଁ ପ୍ରତିବନ୍ଧକ ସୃଷ୍ଟି ହେବାଦ୍ୱାରା କିଛିଦିନ ବିତିଗଲାପରେ ଅକାମି ହୋଇଗଲା ଦୁଇଟି ଗୋଡ । କାମଧନ୍ଦା କରି ମୁହଁରେ ମୁଠେ ଦାନାଦେଇ ପୋଷୁଥିବା ସ୍ତ୍ରୀ ୨ବର୍ଷ ପୂର୍ବରୁ ମୃତ୍ୟୁବରଣ କରିବାପରେ ଭୋଉଣି ନିକଟରେ ଆଶ୍ରୟ ନେଇଥିଲେ । ତକ୍ରାଳୀନ କାଉନସିଲର୍ ଓ ସମାଜିକ କର୍ମିମାନେ ତାରଅବସ୍ଥା ଦେଖି ଭିନ୍ନକ୍ଷମ ପ୍ରମାଣପତ୍ର କରିବାରେ ସହଯୋଗ କରିଥିଲେ । ଏହି ପ୍ରମାଣପତ୍ର ପାଇବାରୁ ସରକାରଙ୍କ ଭିନ୍ନକ୍ଷମ ଯୋଜନାସ୍ତରରୁ ୫୦୦ଟଙ୍କା ମାସିକ ଭର୍ତା ଓ ୧୦କେ.ଜି ଚାଉଳରେ ଭାଇ, ଭୋଉଣିଙ୍କ ଛୁଆର ବିତେ ଜିବନ । ବିଭିନ୍ନ ସରକାରୀ ବେସରକାରୀ ସ୍ଥରରେ ଟ୍ରାଇ ସାଇକେଲ ପାଇଁ ଆବେଦନ କରିଥିଲେ ମଧ୍ୟ ଏହି ସାଇକେଲ ମିଳିବା ପାଇଁ ୪ବର୍ଷ ବିତିଯାଇଥିଲା ।
ପରିଶେଷରେ ଟ୍ରାଇ ସାଇକେଲଟି ପୈାରପରିଷଦ ପକ୍ଷରୁ ପ୍ରଦାନ କରାଯାଇଥିଲା । କିନ୍ତୁ ଏହି ନିରାଶ ଜିବନରେ ଟ୍ରାଇ-ସାଇକେଲ ଚଳାଇ କିପରି ପେଟପୋଷିବେ ସେଥିପାଇଁ ତାଙ୍କ ଭୋଉଣି ସୁକୁମାରି ମୁଣ୍ଡା(୩୮)ଙ୍କ ସାହାର୍ଯ୍ୟ ନେଉଛନ୍ତି । ଗତ ସେମାବାର କହ୍ନେଇପୁର ଅଂଚଳରେ ଥିବା ଚନ୍ଦ୍ରଶେଖର ଶିବ ମନ୍ଦିରକୁ ଯାଇ ପୂଜାଅର୍ଚ୍ଚନା କରି ଭୋଉଣି ପାଇଁ ଭଗବାନ୍ଙ୍କ ନିକଟରେ ମଙ୍ଗଳ କାମନା ପ୍ରାର୍ଥନାକରି ଭିକ୍ଷାବୃର୍ତି ମନ୍ଦିରପ୍ରାଙ୍ଗଣ ନିକଟରୁ ଆରମ୍ଭ କରିଛନ୍ତି । ଭିନ୍ନକ୍ଷମ ଭାଇକୁ ଟ୍ରାଇ-ସାଇକେଲରେ ବସାଇ ଭାଇର ପେଟପୋଷିବା ପାଇଁ ଭୋଉଣି ମାଗୁଛି ଭିକ ।
ଭାଇ, ଭୋଉଣି,ଛୁଆ ଭିକ୍ଷା ବୃତିରୁ ଯାହାମିଳେ ମିଳିମଶି ଚଳନ୍ତି । ସରକାରୀ ଜମିରେ ରହୁଥିବାରୁ ତାଙ୍କର ପଟ୍ଟା ନାହିଁ । ତାଙ୍କୁ ସରକାରଙ୍କ ଯୋଜନା ଅନୁଯାଇ ପଟ୍ଟା ଓ ପ୍ରଧାନମନ୍ତ୍ରୀ ଆବାଶ ଯୋଜନାରେ ଗୃହ ଖଣ୍ଡେ ମିଳିବା ପାଇଁ ସେଆବେଦନ କରିଛନ୍ତି ।
