ଭୁବନେଶ୍ବର : କିଛି ଲୋକ ସମାଜସେବା କରି ଲୋକଲୋଚନକୁ ଆସିବାକୁ ଚାହୁଁ ନାହାଁନ୍ତି । ଆଉ କିଛି ଆତ୍ମଘୋଷିତ ସମାଜସେବୀ ମାନେ, ଦୟା, ଭିକ ଓ କିଣା ସମ୍ମାନରେ ଆତ୍ମସନ୍ତୋଷ ପାଆନ୍ତି। ନିଜ ଅକ୍ଷମତାକୁ ଦେଖାଇ କିଛି ଭିନ୍ନକ୍ଷମ, ଅର୍ଥ ଓ ସମ୍ମାନ ଉପାର୍ଜନ କରୁଥିବା ବେଳେ, ତ୍ରିଲୋଚନ ଆତ୍ମନିର୍ଭରଶୀଳ ହୋଇ ସମାଜ କଲ୍ୟାଣ କରୁଛନ୍ତି।ଭିନ୍ନକ୍ଷମ ହୋଇଥିବା ବ୍ୟକ୍ତି ନିଜକୁ ଅନ୍ୟ ପାଇଁ ବୋଝ ଭାବୁଥିଲା ବେଳେ, ତ୍ରିଲୋଚନ ସାହୁ ନାମକ ଏହି ବ୍ୟକ୍ତି ଭିନ୍ନକ୍ଷମ ମାନଙ୍କର ବୋଝ ଉଠାଇବାର ସଂକଳ୍ପ ନେଇଛନ୍ତି।
ନିିିଜ ଅଟୋରିକ୍ସରେ ଭିନ୍ନକ୍ଷମ ମାନଙ୍କୁ ମାଗଣାରେ ତାଙ୍କ ଗନ୍ତବ୍ୟ ସ୍ଥଳରେ ପହଞ୍ଚାନ୍ତି। କିଛି ଭିନ୍ନକ୍ଷମ ଭାଇ ଓ ଭଉଣୀ ମାନେ ଆତ୍ମଘୋଷିତ ସମାଜସେବୀ ବୋଲାଇ, ଭିକ ମାଗି ସମ୍ମାନ , ପଇସା ତଥା ପ୍ରସଂଶା ସାଉଁଟୁ ଥିବା ବେଳେ ତ୍ରିଲୋଚନ ସମାଜସେବାର ଏକ ଅଦ୍ଭୁତ ଦୃଷ୍ଟାନ୍ତ ସୃଷ୍ଟି କରିଛନ୍ତି । ଅଟୋ ଚଳାଇ ପେଟ ପୋଷୁଥିବା ତ୍ରିଲୋଚନ, ଆଜି ସବୁ ଭିନ୍ନକ୍ଷମ ମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି।ଭିନ୍ନକ୍ଷମ ମାନଙ୍କୁ ମାଗଣା ଅଟୋରେ ସେବା ଯୋଗାଇବା ସହିତ, ଯଥା ସମ୍ଭବ ସାହାଯ୍ୟ କରନ୍ତି ତ୍ରିଲୋଚନ । ‘ଆତ୍ମୀୟ ସେବା’ ନାମରେ ଅନ୍ୟକୁ ସେବା ଯୋଗାଇବାକୁ, ତ୍ରିଲୋଚନ ଏକ ଅଭିନବ ପ୍ରୟାସ ଆରମ୍ଭ କରିଛନ୍ତି।
ଏଣୁ ବିନୀତ ଅନୁରୋଧ, ଦୟା, ଭିକ ଓ ସହାନୁଭୂତିରେ ମିଳୁଥିବା ଅର୍ଥ ତଥା ସମ୍ମାନ ପଛରେ ନ ଧାଇଁ, ନିଃସ୍ୱାର୍ଥପର ଭାବରେ ସମାଜସେବା କରିବାକୁ ପ୍ରୟାସ କରନ୍ତୁ। ଜଣେ ଭିନ୍ନକ୍ଷମ ହୋଇ, ବହୁ ଭିନ୍ନକ୍ଷମ ଭାଇଭଉଣୀ ମାନଙ୍କୁ ଆତ୍ମ ନିର୍ଭରଶୀଳ ହେବାକୁ ସହଯୋଗ କରୁଛନ୍ତି ତ୍ରିଲୋଚନ। ଛତୁ ଚାଷ ଓ ଅନ୍ୟାନ୍ୟ କ୍ଷୁଦ୍ର ବ୍ୟବସାୟ ମାନ କରି ସମାଜସେବାରେ ଉପଯୋଗ କରନ୍ତି। ”ମୁଁ ଭିନ୍ନକ୍ଷମ, କିନ୍ତୁ ଅକ୍ଷମ ନୁହେଁ” ବାକ୍ୟକୁ ପ୍ରତିପାଦନ କରିଛନ୍ତି ତ୍ରିଲୋଚନ। ତାଙ୍କର ଏହି ମହାନତା ପାଇଁ ଏବେ ଚର୍ଚ୍ଚାରେ ।