ଭୁବନେଶ୍ୱର : ଆସନ୍ତାକାଲି ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋର ମୁଖ୍ୟ କେ. ଶିବନ ଭୁବନେଶ୍ୱର ଆସୁଛନ୍ତି । ଭୁବନେଶ୍ୱରରେ ଆୟୋଜିତ ଆଇଆଇଟିର ସମାବର୍ତ୍ତନ ଉତ୍ସବରେ ସେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଚନ୍ଦ୍ରଯାନ-୨ ମିଶନ୍ ସମୟରେ ସବୁଠାରୁ ଚର୍ଚ୍ଚିତ ନାମ ଥିଲା ଇସ୍ରୋ ମୁଖ୍ୟ କେ. ଶିବନ୍ଙ୍କ ନାମ। ତାମିଲନାଡ଼ୁର ଏହି ରକେଟ ବିଜ୍ଞାନୀ ୨୦୧୮ ମସିହା ଜାନୁଆରୀରେ ଇସ୍ରୋ ମୁଖ୍ୟ ଦାୟିତ୍ୱ ନେଇଥିଲେ।
କନ୍ୟାକୁମାରୀ ଜିଲ୍ଲାର ତାରାକାନ୍ଭିଲ୍ଲାଇ ଗାଁର ଏକ ଚାଷୀ ପରିବାରରେ ଶିବନ୍ଙ୍କ ଜନ୍ମ । ୧୯୮୨ରେ ସେ ଇସ୍ରୋରେ ଯୋଗଦେଇଥିଲେ। ଲଞ୍ଚ ଭେଇକିଲ୍ ମିଶନ୍ ପିଏସ୍ଏଲ୍ଭି ପ୍ରକଳ୍ପରେ ସେ ବଡ଼ ଭୂମିକା ନିଭାଇଥିଲେ। ଏଥିରେ ସେ ପ୍ଲାନିଂ, ଡିଜାଇନିଂ, ଇଣ୍ଟିଗ୍ରେସନ୍ ଏବଂ ଆନାଲିସିସ୍ ଆଦି କ୍ଷେତ୍ରରେ କାମ କରିଥିଲେ। ତେବେ ସେ କାଲି ଭୁବନେଶ୍ୱରରେ ବିଭିନ୍ନ କ୍ଷେତ୍ର ରେ ପାରଦର୍ଶିତା ଲାଭ କରିଥିବା ପ୍ରତିଭା ମାନଙ୍କୁ ମଧ୍ୟ ସମ୍ମାନିତ କରିବେ।