ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉତ୍ତରାଧିକାରୀ କିଏ ହେବ ତାହାକୁ ନେଇ ରାଜ୍ୟ ରାଜନୀତୀରେ ଚର୍ଚ୍ଚା ଲାଗି ରହିଥିବା ବେଳେ ରବିବାର ଏହି ପ୍ରଶ୍ନ ଉପରେ ଉତ୍ତର ରଖିଛନ୍ତି ନିଜେ ଶ୍ରୀ ପଟ୍ଟନାୟକ । ତାଙ୍କ ଉତ୍ତରାଧିକାରୀ କିଏ ହେବ ତାହା ଲୋକ ନିର୍ଦ୍ଧାରଣ କରିବେ ବୋଲି ସେ କହିଛନ୍ତି ।
ଏକ ଇଂରାଜୀ ଖବରକାଗଜର ପକ୍ଷରୁ ଆୟୋଜିତ ଲିଟେରାରୀ ଫେଷ୍ଟିଭାଲ୍ରେ ଯୋଗଦେବା ପରେ ବରିଷ୍ଠ ସାମ୍ବାଦିକ ପ୍ରଭୁ ଚାୱଲାଙ୍କ ସହିତ ୱାନ୍ ଟୁ ୱାନ୍ କାର୍ଯ୍ୟକ୍ରମରେ ନବୀନ ଏହି ବିଷୟ ପ୍ରକାଶ କରିଛନ୍ତି । ଏହାସହ ନିଜ ଫିଟ୍ନେସ୍ର ରାଜ୍ ମଧ୍ୟ ଖୋଲିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ । ସେ କହିଛନ୍ତି ଯେ, ସେ ସ୍ୱଳ୍ପ ଆହାର ସହ ଦିନକୁ ୨ ଥର ବ୍ୟାୟାମ କରନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ନିର୍ବାଚନ ପରବର୍ତ୍ତି ସମ୍ପର୍କକୁ ନେଇ ପ୍ରଶ୍ନ ଉପରେ ମଧ୍ୟ ଉତ୍ତର ରଖିଛନ୍ତି ନବୀନ ପଟ୍ଟନାୟକ ।
ସେ କହିଛନ୍ତି ଯେ, ଉଭୟ ସେ ଓ ମୋଦି ଗଠନମୂଳକ କାର୍ଯ୍ୟର ସମର୍ଥକ । ଜମ୍ମୁ-କଶ୍ମୀରରୁ ଧାରା-୩୭୦ ଉଚ୍ଛେଦକୁ ସମର୍ଥନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲିଟେରାରୀ ଫେଷ୍ଟିଭାଲ୍ ଅବସରରେ ନିଜ ଅଭିଭାଷଣରେ ଶ୍ରୀ ପଟ୍ଟନାୟକ ଓଡ଼ିଆ ସାହିତ୍ୟ ଜଗତର ବିଶିଷ୍ଠ ବ୍ୟକ୍ତିଙ୍କ ନାମ ପ୍ରକାଶ କରି ପ୍ରଶଂସା କରିବା ସହ ସାମାଜିକ ବିକାଶ ପାଇଁ ସାହିତ୍ୟ ଅପରିହାର୍ଯ୍ୟ ବୋଲି କହିଛନ୍ତି