Odia News Portal

ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ : ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ବର : ବଙ୍ଗୋପସାଗରରେ ପୁଣି ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ ।  ଯାହାର ପ୍ରଭାବରେ ରାଜ୍ୟ ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା । ତେବେ ଆଜି ମୁଖ୍ୟତଃ ଉତ୍ତର ଓଡ଼ିଶାରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି । ଉତ୍ତରପ୍ରଦେଶରୁ ବିହାର ପ୍ରର୍ଯ୍ୟନ୍ତ ଏକ ଟ୍ରପ ଲାଇନ ଅଛି । ଏହାର ପ୍ରଭାବରେ ବର୍ଷା ହେଉଛି ।

ଆସନ୍ତାକାଲି ଠାରୁ ବର୍ଷାର ପରିମାଣ କମିବ । ସୋମବାର ଠାରୁ ୪/୫ ଦିନ ପର୍ଯ୍ୟନ୍ତ ବିଶେଷ ବର୍ଷା ହେବାର ସମ୍ଭାବନା ନାହିଁ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ପ୍ରବଳ ବର୍ଷା ପାଇଁ ପାଣିପାଗ ବିଭାଗ ପକ୍ଷରୁ ୮ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ ସୁନ୍ଦରଗଡ଼, କେନ୍ଦୁଝର, ଢ଼େଙ୍କାନାଳ, ମୟୁରଭଞ୍ଜ, କଟକ, ବାଲେଶ୍ୱର, ଖୋର୍ଦ୍ଧା ଓ ଯାଜପୁର ଆଦି ରହିଛି।