Odia News Portal

ରହିବାକୁ ଘର ନାହିଁ, ରାସନ କାର୍ଡ କି ଦିବ୍ୟାଙ୍ଗ ଭତ୍ତା ବି ନାହିଁ

ନୂଆପଡା : ବୟସ ମାତ୍ର ୩୨ । କିନ୍ତୁ ହାତ ଗେ।ଡ ଚଳୁନି । ୨ବର୍ଷ ହେଲା ଦିବ୍ୟାଙ୍ଗ ପାଲଟିଯାଇଛନ୍ତି ନୂଆପଡା ବେ।ଡେନ୍ ବ୍ଲକ ପଲେନବସା ଗାଁର ପ୍ରମିଳା । ଚିକିତ୍ସା ପାଇଁ ଅର୍ଥ ଆବଶ୍ୟକ ଥିବା ବେଳେ ପାଖରେ କାଣି କଉଡି ନାହିଁ । ଫଳରେ ସରକାରୀ ସହାୟତାକୁ ଅନେଇ ବସିଛନ୍ତି ପ୍ରମିଳା ।

ବାହାଘର ପରେ ସବୁ ଠିକଠାକ୍ ଚାଲିଥିଲା । ୩ ପୁଅ ଝିଅଙ୍କୁ ନେଇ ହସିଉଠୁଥିଲା ସଂସାର । କିନ୍ତୁ ଯୁବା ବୟସରେ ହଠାତ୍ ଦିବ୍ୟାଙ୍ଗ ପାଲଟିଗଲେ  ନୂଆପଡା ବେ।ଡେନ୍ ବ୍ଲକ ପଲେନବସା ଗାଁର ପ୍ରମିଳା ରାଉତ । ୫ ବର୍ଷ ତଳେ ପ୍ରମିଳାଙ୍କ ଗେ।ଡ, ହାତ ଦରଜ ହେଲା ।

ଖଡିଆଳ ମିସନ୍ ହସ୍ପିଟାଲ, ନୂଆପଡା ମୂଖ୍ୟ ଚିକିତ୍ସାଳୟ, ଭବାନିପାଟଣା ଓ ବୁର୍ଲ୍ଲା ଭଳି ବଡ ଡାକ୍ତରଖାନାରେ ଦେଖାଇଲେ । ସୁନା, ରୂପା ବିକି ଭାଙ୍ଗି ଚିକିତ୍ସା କରାଇଲେ । ହେଲେ ରେ।ଗ ଭଲ ହେବା ବଦରେ ଓଲଟି ଦିବ୍ୟାଙ୍ଗ ପାଲଟିଗଲେ ପ୍ରମିଳା । ରେ।ଗ ବଢି ବଢି ଏବେ ଯୁବା ବୟସରେ ଅନ୍ୟ ଉପରେ ବେ।ଝ ପାଲଟିଯାଇଛନ୍ତି ପ୍ରମିଳା । ଏପଟେ ମୂଲ ଲାଗୁଥିବା ସ୍ବାମୀ ୫ ପ୍ରାଣୀ କୁଟୁମ୍ବ ଚଳାଇବାରେ ଅକ୍ଷମ । ତେଣୁ ସରକାରୀ ସହାୟତାକୁ ଅନାଇ ବସିଛନ୍ତି ପ୍ରମିଳା ।

ରେ।ଗ ସାଙ୍ଗକୁ ଦାରିଦ୍ର୍ୟରେ ଘାଣ୍ଟି ହେଉଛନ୍ତି ପ୍ରମିଳାଙ୍କ ପରିବାର । ରହିବାକୁ ଘର ନାହିଁ, ରାସନ କାର୍ଡ କି ଦିବ୍ୟାଙ୍ଗ ଭତ୍ତା ବି ନାହିଁ । ପର ଘରେ ମୁଣ୍ଡ ଗୁଞ୍ଜିବାକୁ ବାଧ୍ୟ ହେଉଛନ୍ତି । ବର୍ଷେ ହେଲା ଦିବ୍ୟାଙ୍ଗ ଭତ୍ତା ପାଇଁ ଆବେଦନ କଲେଣି, କିନ୍ତୁ ସାର୍ଟିଫିକେଟ୍ ନଥିବା ଦର୍ଶାଇ ଭତ୍ତା ଦେଉନାହାନ୍ତି ବିଭାଗୀୟ ଅଧିକାରୀ ।