Odia News Portal

ଏକ ବିରଳ ପ୍ରଜାତିର ଏଣ୍ଡୁଅ ଉଦ୍ଧାର

କେନ୍ଦ୍ରାପଡ଼ା : ବିରଳ ପ୍ରଜାତିର ଏଣ୍ଡୁଅ ଉଦ୍ଧାର। କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ବ୍ଲକ ନବରକାନ ଗାଁରୁ ଏକ ବିରଳ ପ୍ରଜାତିର ଏଣ୍ଡୁଅ ଉଦ୍ଧାର କରାଯାଇଛି। ଗାଁର ଧଡ଼ି ରାଉତଙ୍କ ବାଡିରୁ ଉଦ୍ଧାର ହୋଇଥିବା ଏହି ଏଣ୍ଡୁଅ ପ୍ରାୟ ଏକ ଫୁଟ ଲମ୍ବା ହେବ।

ତାକୁ ଦେଖିବାକୁ ଲୋକଙ୍କ ଭିଡ଼ ଜମିଥିଲା। ଖବର ପାଇ ବନ ବିଭାଗର କର୍ମଚାରୀମାନେ ଏଣ୍ଡୁଅଟିକୁ ନେଇ ଜଙ୍ଗଲରେ ଛାଡ଼ି ଦେଇଥିବା ଜଣାପଡିଛି।