Odia News Portal

୨୦୧୯ ନିର୍ବାଚନ ପରିଚାଳନା ପାଇଁ ପ୍ରସ୍ତୁତି ବୈଠକ

ଭୁବନେଶ୍ୱର: ୨୦୧୯ ନିର୍ବାଚନ ପରିଚାଳନା ପାଇଁ ଭୁବନେଶ୍ୱର ସ୍ଥିତ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଏକ ପ୍ରସ୍ତୁତି ବୈଠକ ହୋଇଛି। ରାଜ୍ୟରେ ଏକକାଳୀନ ନିର୍ବାଚନକୁ ସାମ୍ନା କରିବାକୁ ଏହି ବୈଠକରେ ପ୍ରସ୍ତୁତି ହୋଇଛି। ଏଥିପାଇଁ ପୁଲିସ୍‌ ଅଧିକାରୀଙ୍କ ସହ ଆଲୋଚନା ହୋଇଥିବା ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଛନ୍ତି। ଆଇନ ଶୃଙ୍ଖଳା ଉପରେ ଧ୍ୟାନ ଦେବାକୁ ମଧ୍ୟ ବୈଠକରେ ଆଲୋଚନା ହୋଇଛି। ନିର୍ବାଚନ କମିଶନରଙ୍କ ଏସ୍‌ଓପି କିପରି ପାଳନ କରାଯିବ, ନିର୍ବାଚନୀ ଖର୍ଚ୍ଚ ଓ ସମ୍ବେଦନଶୀଳ ବୁଥ୍ ଆଦି ସଂପର୍କରେ ଆଲୋଚନା ହୋଇଛି। ବୈଠକରେ ପୁଲିସ୍ ଡିଜି, ଗୃହ ବିଭାଗ ସ୍ୱତନ୍ତ୍ର ସଚିବ, ଏଡିଜି କ୍ରାଇମବ୍ରାଞ୍ଚ ଯୋଗ ଦେଇଛନ୍ତି। ଏହି ବୈଠକରେ ଅବକାରୀ ଓ ଆୟକର ବିଭାଗର ବରିଷ୍ଠ ଅଧିକାରୀ ମଧ୍ୟ ଯୋଗ ଦେଇଛନ୍ତି।