ଭୁବନେଶ୍ବର: ରିଲାକ୍ସ ମୁଡରେ ରାଜଧାନୀ । କିଏ ନିଜେ ତୁଳି ମାଧ୍ୟମରେ ଚିତ୍ର ଆଙ୍କୁଛି, ତ ଆଉ କିଏ ଗୀତର ତାଳେ ତାଳେ ନାଚି ଉଠୁଛି । କି ପିଲା, କି ବୁଢା ଶୀତୁଆ ସକାଳରେ ଟିକିଏ ଆମୋଦ ପ୍ରମୋଦ ହେବାକୁ ଯେମିତି ଲୋକରାଣ୍ୟ ହୋଇଯାଇଛି ରାଜଧାନୀ ରାଜରାସ୍ତା । ଖାଲି ଏତିକି ନୁହଁ ପଥୋତ୍ସବରେ ମଧ୍ୟ ଦେଖିବାକୁ ମିଳିଛି ହକି ମହାକୁମ୍ଭର ଝଲକ । ରଙ୍ଗୋଲି ମାଧ୍ୟମରେ ୧୬ଟି ଦେଶର ପତାକା ଆଙ୍କିଛନ୍ତି ଛୋଟ ଛୋଟ ପିଲାମାନେ । କେଉଁଠି ପେଣ୍ଟିଂ ମାଧ୍ୟମରେ ଭାରତ-ପାକିସ୍ତାନକୁ ଚିୟର ଅପ କରାଯାଉଛି ତ ଆଉ କେଉଁଠି ନାଚ ଗୀତର ଆସର ।
ଯାହାକି ଶୀତୁଆ ସକାଳକୁ ଜମାଇ ଦେଇଛି ।ପାଖାପାଖି ବର୍ଷେପରେ ଲେଉଟିଥିବା ପଥ ଉତ୍ସଵର ଆଜି ହେଉଛି 2ୟ ସଂସ୍କରଣ । ଚଳିତ ସଂସ୍କରଣରେ ଭାରତ ପାକିସ୍ତାନ ଭିତରେ ଖେଳ ମାଧ୍ୟମରେ ବନ୍ଧୁତା ସ୍ଥାପନ ସହିତ ଅମନ ଓ ଶାନ୍ତି ପ୍ରତିଷ୍ଠା ଉଦେଶ୍ୟରେ ଦେଶ ବିଦେଶର ଛୋଟ ଛୋଟ ପିଲାମାନଙ୍କ ଦ୍ୱାରା ଅଙ୍କା ଯାଇଥିବା ଚିତ୍ର ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା । ସେହିପରି ପ୍ରିନ୍ସ ଡ୍ୟାନ୍ସ ଗ୍ରୁପର ଦଶାବତାର ନୃତ୍ୟ ଓ ହକି ବିଶ୍ୱକପ ଉଦେଶ୍ୟରେ ଦିଲୀପ କୁମାର ପଟ୍ଟନାୟକ ଓ ତାଙ୍କ ଗ୍ରୁପ ପକ୍ଷରୁ ଓଡ଼ିଶାରେ ହକି ବିଶ୍ୱକପ ଆୟୋଜନ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହାସହ ଭାଗ ନେଉଥିବା ୧୬ ଟି ଟିମର ଜାତୀୟ ପତାକା ରଙ୍ଗୋଲି ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି ।ବ୍ୟସ୍ତବହୁଳ କର୍ମମୟ ଜୀବନ ଭିତରେ ପରିବାର ଓ ପିଲା ଛୁଆଙ୍କ ସହିତ ସମୟ ଅତିବାହିତ କରିବାକୁ ପାଉନଥିବା ସହରି ଲୋକଙ୍କୁ କିଛି ସମୟ ଆନନ୍ଦ ଉପଭୋଗ କରିବା ଉଦେଶ୍ୟରେ ଆରମ୍ଭ ହୋଇଥିଲା ରାହାଗିରି । ସପ୍ତାହର ଶେଷ ଦିନ ରବିବାର ରେ ହେଉଥିବା ଏହି ରାହାଗିରି ୨୦୧୬ ମସିହା ଜାନୁଆରୀ ମାସରୁ ଆରମ୍ଭ ହୋଇଥିଲା । କିଛି ସପ୍ତାହ ଜନପଥରେ ଏହି ଉତ୍ସବ ସମସ୍ତ ଲୋକମାନଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିବା ନିଜର ନାମ ପରିବର୍ତ୍ତନ କରିଥିଲା । ରାଗିରିରୁ ପଥ ଉତ୍ସଵ ଭିତରେ ଅନେକ ପ୍ରକାର କାର୍ଯ୍ୟକ୍ରମ ଯଥା ନୃତ୍ୟ, ଗୀତ, ଖେଳ, ଯୋଗ, ଚିତ୍ରଙ୍କନ ସହିତ ଅନେକ ପ୍ରକାର ଆକର୍ଷଣୀୟ କାର୍ଯ୍ୟକ୍ରମରେ ଲୋକମାନେ ଭାଗନେଇ ନିଜର ବ୍ୟଥା ଭୁଲି ଯାଉଥିବା ଦେଖିବାକୁ ମିଳିଥିଲା ।ଚଳିତ ହକି ବିଶ୍ୱକପ ଅବସରରେ ଲୋକମାନଙ୍କୁ ଏହାର ମଜ଼ା ଦେବାପାଇଁ ଗତ ୨ ତାରିଖରୁ ପୁଣି ନାଚଗୀତ, ଖେଳକୁଦର ଆସର ଆରମ୍ଭ ହୋଇଛି । ଯାହାକି ଆସନ୍ତା ସପ୍ତାହ ବିଶ୍ୱକପ ଶେଷ ପର୍ଯ୍ୟନ୍ତ ଚାଲିବ ବୋଲି ମେୟର ଅନନ୍ତ ନାରାୟଣ ଜେନା ପ୍ରକାଶ କରିଛନ୍ତି।ଆଜିର ଏହି ଉତ୍ସବକୁ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ମେୟର ଅନନ୍ତ ନାରାୟଣ ଜେନା, କର୍ପୋରେଟର ଓ ଭୁବନେଶ୍ୱର ସଂସଦ ପ୍ରସନ୍ନ ପାଟ୍ଟଶାଣୀ ପ୍ରମୁଖ ଯୋଗ ଦେଇ ଉଦଘାଟନ କରିଛନ୍ତି । ସ୍ପୋର୍ଟ ସିଟି ଭାବେ ପରିଚିତ ହେବାକୁ ଯାଉଥିବା ଭୁବନେଶ୍ୱରର ସମସ୍ତ ନାଗରିକ ପଥ ଉତ୍ସବକୁ ଭଲପାଇବା ମନଭରି ଉପଭୋଗ କରୁଥିବା ଦେଖିବାକୁ ମିଳିଛି ।