ଭୁବନେଶ୍ୱର () ପାଟକୁରାରେ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରବାୱାଲଙ୍କ ବିଜୟ ପରେ ପ୍ରତିକ୍ରିୟା ରଖିଛନ୍ତି ତିନି ପ୍ରମୁଖ ଦଳର ବିଧାୟକ । ବିଜେଡି ଏହି ବିଜୟ ପାଇଁ କୃଷିମନ୍ତ୍ରୀ ପାଟକୁରାବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଗତ ସାଧରାଣ ନିର୍ବାଚନରେ ପାଟକୁରାରେ ବିଜେଡି 6 ହଜାର ଭୋଟ ପଛରେ ଥିଲା । ଏହି ନିର୍ବାଚନରେ ତିନିଗୁଣା ଅଧିକ ଭୋଟ ପାଇଛି। ଥରେ ଜଣେ ନେତା ପାଟକୁରା, ତାପରେ ମହାକାଳପଡ଼ା ଓ ପୁଣି ପଟକୁରାରୁ ଲଢ଼ିବା କଣ ସ୍ୱାଭିମାନର ଲଢେଇ କି ବୋଲି ସେ ପ୍ରଶ୍ନ କରିଛନ୍ତି ।
କଂଗ୍ରେସ ଏହି ନିର୍ବାଚନରେ ଅମାନତ ହରାଇଛି । ଏହାର ସମୀକ୍ଷା ହେବ ବୋଲି କହିଛନ୍ତି ବିଧାୟକ ତାରା ପ୍ରସାଦ ବାହିନୀପତି । ବିଜେଡି ଏହି ନିର୍ବାଚନରେ ସରକାରୀ କଳ ଓ ବହୁବଳର ବ୍ୟାପକ ବ୍ୟବହାର କରିବା ସହ ଭୋଟ ପିଛ 5000 ଟଙ୍କା ବାଣ୍ଟିଛନ୍ତି । ବିଜେପି ମଧ୍ୟ 2ରୁ 3 ହଜାର ଟଙ୍କା ବାଣ୍ଟିଛି । ବିଜେଡି 30ରୁ 35 ଭୋଟ ବ୍ୟବଧାନ ଆଶା କରିଥିବା ବେଳେ ବ୍ୟବଧାନ କମିଛି, ଏହା ତାଙ୍କୁ ଶକ୍ତ ଧକ୍କା ।