Odia News Portal

ଭୁବନେଶ୍ୱରରେ ପହଞ୍ଚିଲା ବିଜୟ ସାହୁଙ୍କ ମରଶରୀର

ଭୁବନେଶ୍ୱର: ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିଲା ସାଇ ଇଣ୍ଟର ନ୍ୟାସନାଲ ସ୍କୁଲର ଚେୟାରମ୍ୟାନ ବିଜୟ ସାହୁଙ୍କ ମରଶରୀର । ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଥିଲା । କିଛିଦିନ ହେବ କରୋନାରେ ଆକ୍ରାନ୍ତ ହୋଇ ହାଇଦ୍ରାବାଦରେ ଚିକିତ୍ସିତ ହେଉଥିଲେ ବିଜୟ । ଆଜି ତାଙ୍କର ମରଶରୀର ବିମାନରେ ଆସି ଭୁବନେଶ୍ୱରରେ ପହଞ୍ଚିଛି । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସତ୍ୟନଗର ଶଶ୍ମାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବା ନେଇ ସୂଚନା ମିଳିଛି । ତାଙ୍କ ପାର୍ଥୀବ ଶରୀରକୁ ଶେଷ ଦର୍ଶନ କରିବା ଲାଗି ବନ୍ଧୁ ପରିଜନଙ୍କ ଭିଡ଼ ଲାଗିଛି ।
ତେବେ କହି ରଖୁଛୁ କି ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଉପଦେଷ୍ଟା ହେଉଛନ୍ତି ବିଜୟ ସାହୁ । ରାଜ୍ୟରେ ଜଣେ ଜଣାଶୁଣା ଶିକ୍ଷାବିତ୍ ଭାବେ ତାଙ୍କର ପ୍ରତିଷ୍ଠା ରହିଛି ।