Odia News Portal

ବିଜେପୁର ପାଇଁ ଛୁଟି ଘୋଷଣା

ଭୁବନେଶ୍ୱର() ବିଜେପୁର ଉପନିର୍ବାଚନ ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଛୁଟି ଘୋଷଣା କରିଛନ୍ତି। ନିର୍ବାଚନମଣ୍ଡଳୀ ବାହାରରେ ରହୁଥିବା ଭୋଟରମାନଙ୍କୁ ୩ଦିନ ଛୁଟି ସବୈତନିକ ଛୁଟି ମିଳିବ। ନିର୍ବାଚନର ପୂର୍ବଦିନ, ନିର୍ବାଚନ ଦିନ ଓ ନିର୍ବାଚନ ପରଦିନ ଅର୍ଥାତ୍ ୨୦ରୁ ୨୨ତାରିଖ ୩ଦିନ ଛୁଟି ମିଳିବ। ଆସନ୍ତା ୨୧ରେ ବିଜେପୁର ଉପନିର୍ବାଚନ ପାଇଁ ମତଦାନ ହେବ । ଏଥିପାଇଁ ବିଜେଡି, ବିଜେପି ଓ କଂଗ୍ରେସ ପକ୍ଷରୁ ଜୋରଦାର ପ୍ରଚାର କରାଯାଉଛି ।