Odia News Portal

ଅଚାନକ ନବୀନ ନିବାସ ନିକଟରେ ବିଜେପି ମହିଳା ମୋର୍ଚ୍ଚା

ଭୁବନେଶ୍ୱର: ପିପିଲି ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ମନ୍ତ୍ରୀ ମହାରଥୀଙ୍କ ବିବାଦୀୟ ବିବୃତି ପ୍ରସଙ୍ଗରେ ଗତ ୩ ଦିନ ଧରି ବିଜେପି ମହିଳା ମୋର୍ଚ୍ଚା ଆନ୍ଦୋଳନ ଚଳାଇଛି। ଆଜି ମହିଳା ମୋର୍ଚ୍ଚାର କର୍ମୀମାନେ ଆନ୍ଦୋଳନ କରୁଥିବା ବେଳେ ଅଚାନକ ନବୀନ ନିବାସ ନିକଟରେ ପହଞ୍ଚିଥିଲେ। ତେବେ ନବୀନ ନିବାସରୁ ମାତ୍ର ୩୦ ଫୁଟ୍ ଦୂରରେ ପୁଲିସ୍‌ ମହିଳା କର୍ମୀଙ୍କୁ ଅଟକାଇଥିଲା। ପୀଡ଼ିତାଙ୍କୁ ନ୍ୟାୟ ଦେବା ଦାବିରେ ପୋଷ୍ଟର ଲଗାଇବାକୁ ଯାଉଥିବା ବେଳେ ପୁଲିସ୍‌ ଅଟକାଇଥିଲା। ଆନ୍ଦୋଳନରେ ସାମିଲ ଥିବା ମୋର୍ଚ୍ଚାର ୨୫ ଜଣ ମହିଳାଙ୍କୁ ପୁଲିସ୍‌ ଅଟକ ରଖିଛି।